କବିତା - ମାଆ ହୋଇବା - ସରିତା ମହାନ୍ତି

0
ଜନମ ହେବାଠୁ ସହେ କଷଣ
କେତେ ଆଖ୍ୟା ସିଏ ପାଏଟି ଜାଣ।

ମନ କଥା ତାର ବୁଝେନା କେହି
ସଭିଙ୍କର ଆଶା ତା ଠାରେ ଥାଇ।

ନିଜ ଜନ୍ମ ସ୍ଥାନ ତ୍ୟାଗ କରିବ
ପରକୁ ଆପଣା ଯାଇ ମଣିବ।

ପରିବାର ସ୍ନେହ ସବୁ ଭୁଲିବ
ସଂସ୍କାର କଥାଟି ମନେ ତା ଥିବ।

ହସି ହସି ସିଏ ସବୁ ସହିବ
ଶାଶୁ ନଣନ୍ଦଙ୍କ ମନ ଜିଣିବ।

ନିଜ ଘର କଥା ଭାବି ବସିବ
ମନକୁ ବୁଝାଇ କାର୍ଯ୍ୟ କରିବ।

ଭୋକ ଶୋଷ ତାର ଦୂରେଇ ଯିବ
ସବୁ କଥା ଯେବେ ଭାବି ବସିବ।

ତା ଶାଶୁ ନଣନ୍ଦ କଥାକୁ ଭାବେ
ମାଆ ପରି ଏ କାହିଁ ନ ହୋଇବେ।

ନିଜ ଝିଅ କଥା ମନରେ ଭାବ
କିଛି ଦିନ ପରେ ବିଦା ହୋଇବ।

ଦେଇଥିଲେ ପାଇ ନୁହେଁ ଟି ମିଛ
ମୋତେ ଆଜି କଷ୍ଟ କାହିଁ ଦେଉଛ।

ନାରୀ ମନ କଥା ନାରୀ ନ ବୁଝେ
ସବୁ ରାଗ ପୁଣି ତା ପରେ ଶୁଝେ।

ନାରୀର ଶତ୍ରୁ ତ ନାରୀ ହୋ ଅଇ
ସବୁ ସମସ୍ୟାକୁ ଆମାନ୍ତ୍ରି ଥାଇ।

ଶାଶୁ ଟିଏ ଯଦି ମାଆ ହୋଇବ
ଆତ୍ମ ହତ୍ୟା ସଂଖ୍ୟା ନିଶ୍ଚେ କମିବ।

ସ୍ନେହ ପ୍ରେମ ବାଣ୍ଟି କୋଳେଇ ନିଅ
ବୋହୂ ନୁହେଁ ତାକୁ ଝିଅ ଟି କୁହ।

ସରିତା ମହାନ୍ତି।
ବାଲିଆପାଳ।
ବାଲେଶ୍ଵର।
ମୋ-୮୦୯୩୫୯୦୦୯୬


ରଚନା : ସରିତା ମହାନ୍ତି

ଠିକଣା : ବାଲିଆପାଳ,ବାଲେଶ୍ଵର ଦୂରଭାଷ : ୮୦୯୩୫୯୦୦୯୬


Post a Comment

0Comments

ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।

Post a Comment (0)