କଟକ ଦସରା ସୁଖର ପସରା - ଛବିରାଣୀ ପତି

0
କଟକ ଦସରା ସୁଖର ପସରା

କେତେ ପ୍ରତିକ୍ଷାର ଅନ୍ତ ଘଟାଇ ମା'
ଅବତରି ଆସ ପାସେ
ଏ ' ମହା ପର୍ବଣେ ଦିବ୍ୟ ଦର୍ଶନେ
ଆବହାନି ହୁଅ ହର୍ଷେ ।।

କଟକ ଦସରା ଆରିସା କାକେରା
ଚାରିଆଡେ ଝିଲିମିଲି....
ସୁନା,ଚାନ୍ଦି ଗଢ଼ା ମେଢ ମୂର୍ତ୍ତି ଦେଖି
ହସେ ମନ ଖିଲି ଖିଲି ।।

ଘଣ୍ଟ,ଘଣ୍ଟା,ସିଂହ, ଭେରୀ,ତୁରୀ ପୁଣି
ଡିଜେ ହୁଏ ପ୍ରକମ୍ପିତ...
ଘରେ ଘରେ ପୁରେ ବନ୍ଧୁ,ପରିଜନ
ଚାରିଆଡେ ଖିରି ଭାତ ।।

ସଂଜେ ବୁଲିଗଲେ ମୁଣ୍ଡ ମାଳ ଦିଶେ
ସାଙ୍ଗ ସାଥି ଭେଟା ଭେଟି....
ସରଗରମ ହୁଏ ପୂଜା ବଜାରଟା
ସବୁରି ମନରେ ତାତି ।।

ପଣା,ଲଡୁ,ଖେଚୁଡ଼ି ଭୋଗ ସମର୍ପଣେ
ଭକତ ଙ୍କ ଲମ୍ବା ଧାଡି.....
ବାଲିଯାତ୍ରା ପରି ଉତ୍ସବ ମୁଖରେ
କଟକ ଆସନ୍ତି ଭିଡି ।।

ଖାତାର ନ'ଥାଏ ଚୋରି ଡକାୟତି
ଯାଆନ୍ତି ଭିଡରେ ପଶି.....
ଚକ୍ଷୁ ଦାନ ଠାରୁ ଭାଷାଣି ପର୍ଯ୍ୟନ୍ତ 
ଚାଲି ଚାଲି ପାହେ ରାତି ।।

ବିଜୟା ଦଶମୀ ଦଶାନନ ଘେନି
ସମସ୍ତେ ସାଜନ୍ତି ରାମ.....
ଯାକ ଯମକରେ ପଟୁଆରେ ହୁଏ
ଦେବୀ ଘଟେ ବିସର୍ଜନ ।।

ଦୁଃଖ ସାଗରରେ ଭସାଇ ଯାଅନା
ମେଲାଣି ନିଅନା' ମାଆ......
ତୁମ ବିନା କି' ଏ' ସଂସାର ତିଷ୍ଠିବ
ହୁଅଗୋ' ଆମରି ସାହା ।।

-----------////🙏🙏////----------

ଛବିରାଣୀ ପତି , ମଧ୍ୟ ଶାସନ, ଜଗତସିଂହପୁର
ଫୋନ -9337960060

Post a Comment

0Comments
Post a Comment (0)