ସପନ ପରୀ - ସୁଧାକର ସେଠୀ

0
ରାତି ବଢୁଅଛି ଅଶନି ଗରଜୁଛି
ପଡୁଛି ତକଥା ମନେ
ସପନ ଦେଖି ଉଠିଲି ଚିହିଁକି
ନିଦ ହଜିଲା ନୟନେ।

ଖୋଜୁଛୁ ମତେ ଖୋଜୁଛି ତତେ
ସପନର ଥିଲା ଇତିବୃତ୍ତି
ସେ ମଧୁର ସପନ ଏତେ ମାଦକତା
ଭାବନାରେ ବତିଲା ରାତି।

ପ୍ରେମ ମୁଁ କଲି ହୃଦ ହାରିଲି
ମନ ମୋ ଗଲା ହୁଗୁଳି
ତୋ ଛଡା ଆଉ ଦିଶୁନି କିଛି
ପଡିଛି ତୋ ପାଖେ ଟଳି  ।

କେତେ ସୁନ୍ଦର ଥିଲା ସେ ସପନ
ଖେଳୁଥିଲେ ଲୁଚକାଳି
ତୁ ଲୁଚୁଥିଲୁ ଖୋଜୁଥିଲି ମୁଁହି
ବସୁଛି ଏବେ ମୁଁ ଭାଳି  ।

ଭୋରରେ ପୁଣି ଲାଗିଗଲା ଆଖି
ବିଛଣାରେ ପଡିଲି ଲୋଟି
ସପନ ରାଇଜେ ପରୀ ସାଜିଥିଲୁ
ପୁଣି ହେଲା ଭେଟା ଭେଟି ।

ହୃଦୟ ମନ ସବୁ ତ ହାତରେ
ଆୟତରେ ନାହିଁ କିଛି
ବାସ୍ତବ ରାଇଜେ ଦେଖାଦେ ଥରେ
ଲୋଡିବି ନାହିଁ ମୁଁ କିଛି।
            😅
ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪

Post a Comment

0Comments
Post a Comment (0)