କବିତା - ରାକେଶ ସାହୁ

0
ଆଜି କବିତାର ପ୍ରେମରେ ସମସ୍ତେ
ସେ ଦର୍ଶକ ହେଉ ବା ପ୍ରେମୀ
ସଭିଏଁ ଚାହାନ୍ତି ଟିକେ ଦର୍ଶନ
କବିତାକୁ ସମସ୍ତେ କରନ୍ତି ପ୍ରେମ ନିବେଦନ ।।

କିଏ ଧନ ସମ୍ପତ୍ତି ଦେଖାଏ
ଆଉ କିଏ ତା ଆଗେ ଗୁଣ ଗାଏ
କିଏ ଦେଖାଏ ପ୍ରତିପତ୍ତି
କିଛି ଚାହାନ୍ତି ପ୍ରତିହାରା ଏଠି ।।

ପଛରେ ଦୌଡୁଛି କିଏ
ଆଉ କିଏ ଆଗରେ ଥାଏ
ଖେଳ କୌତୁକର ମଜା ନିଏ
ଆଉ କିଏ ତା ଠାରୁ ଦଣ୍ଡ ପାଏ ।।

ତଥାପି ତା ପ୍ରେମରେ ସମସ୍ତେ
ଥରେ ଭାବନାରେ ରାଇଜକୁ ଗଲି
ଆଉ ନିଶ୍ଚଳ ଭାବରେ କବିତାକୁ ଚାହିଁଲି
ପଚାରି ବସିଲି ସତରେ ତୁମେ କଣ ।।

ସ୍ମିତ ହାସ୍ୟ ଟିଏ ଥିଲା କବିତାର ଓଠରେ
ସତରେ କିଛି ଉତ୍ତର ନଥିଲା
ମୁଁ କିନ୍ତୁ ଗୋଟେ ଅବୁଝା
ନବୁଝିବା ଯାଏ ମୁଁ କି ଛାଡିବା ପିଲା ।।

ପୁଣି ପଚାରିଲି ତୁମକୁ ପାଇବାର ଦେଖାଅ ବାଟ
ପୁଣି ହସି ଟିକେ ଚାଲି ପଛକୁ ଚାହିଁଲା କବିତା
ଆଉ ମଧୁର ସ୍ୱରରେ କହିଲା ।।

ସତରେ ତୁମେ କଣ ପାଇବାକୁ ଚାହଁ
ଟିକେ ନିରବ ରହି ଉତ୍ତର ଦେଲି
ତୁମେ ରାସ୍ତା କୁହ ଚେଷ୍ଟା କରିବି ନିଶ୍ଚୟ ।।

ଟିକେ ଦୀର୍ଘଶ୍ଵାସ ନେଇ କବିତା ଉତ୍ତର ଦେଲା
ନା ମୋତେ କିଣି ହେବନି
ପ୍ରମାଣ ପତ୍ରରେ ଦ୍ୱାରା ପାଇଁ ହେବନି ।।

ମୋତେ ପାଇବା ପାଇଁ ତୁମେ ହୃଦୟକୁ ପଚାର
ମିଳିଯିବ ଉତ୍ତର ତୁମ ସବୁ ପ୍ରଶ୍ନର
ମୋ ପ୍ରେମ ଟିକେ ବାହାରକୁ ଟିକେ ରଙ୍ଗହୀନ
ହୃଦୟର ପ୍ରବାହିତ ରକ୍ତକୁ ନିଶ୍ଚୟ କରିବ ରଙ୍ଗୀନ ।।

Writer's Details: ରାକେଶ ସାହୁ
Content Category:
Submission Date: Aug 20, 2019

Post a Comment

0Comments
Post a Comment (0)