କରିଦେ ପାରି - ସୁଧାକର ସେଠୀ

0
ଆହେ କଳା ସିନ୍ଧୁ ଭକତର ବନ୍ଧୁ
ପଶିଛି ତୋର ଶରଣ
ଦୁଃଖି ଦୁନିଆର ତୁ ଏକା ସାହା
ତ ଚରଣେ ଯାଉ ପରାଣ

ମୋ ଜୀବନ ପଥ ଖାଲି କଣ୍ଟକିତ
କେମିତି ସହିବି କହ
ତୋର ହାତ ଧରି ଚାଲିବାକୁ ଇଛା
ନାହିଁ ଏ ଜୀବନେ ମୋହ

ଯାହାକୁ ଦେଖିଲେ ଯା ହାତ ଧରିଲେ
ଦେଉଛି ସେ ମୁହଁ ମୋଡି
ହା ହୁତାସରେ ଜୀବନ ବିତୁଛି
ହଜିଛି ସୁଖର ଘଡି

ସ୍ଥାବର ଜଙ୍ଗମ ହେ କୀଟ ପତଙ୍ଗ
ସବୁତ ତୁମରି ଦୟା
ଦୟାର ସାଗର ମୋହୁଛ ଜଗତ
କେ ବୁଝିବ ସେ ମାୟା

ଅଳପ ବୁଦ୍ଧିରେ ଜାଣିଛି ଏତିକି
ନାହିଁ ତୋର ଆଦି ଅନ୍ତ
ସଂସାର ଚାଲୁଛି ତୋର ଇସାରାରେ
ତୁହିତ ଜଗତ ନାଥ

ଭକତ ବତ୍ସଳ ଆହେ ଦିନବନ୍ଧୁ
ଭକତ ତୋ ଜୀବଧନ
ଭକତ ଆକୁଳ ସହି ନପାରୁ ତୁ
ତା ପାଇଁ ସହୁ କଷଣ

ତୋର ବନୁ କେବେ ତୋ ଭକତ ପାଇଁ
ବାହି ନେଉ ହାତେ ରଥ
ଭାରତ ଯୁଦ୍ଧରେ ସତ୍ୟର ସାରଥି
ବିନାଶିଲୁ ତୁ ଦୁଷ୍ଟ

ଭକ୍ତ ସାଲବେଗ ବଳିଆ ଦାସ
ଆବା ଦାସିଆ ବାଉରୀ
କେ କେତେ ଭକତ ହୋଇଛନ୍ତି ପ୍ରଭୁ
ଏ ଭବ ସାଗର ପାରି
🌹🌻🌹🌼🌹
ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪

Post a Comment

0Comments
Post a Comment (0)