ସାଜେ ଯେବେ ତୁମ ସଜ ଦେହଟାରେ
ବରଷା ପାଣିର ଟୋପା
ଛାତି ଅଗଣାରେ ଚରଚା ଚାଲଇ
ତୁମ ପାଇଁ ଚାପା ଚାପା,
ମନ ମୟୂରୀ ମୋ ନାଚି ଯାଏ ତାଳେ
କବରୀ ମୁକୁଳା କଲେ
ମାନ କି ନ ମାନ ଋତୁ ଝୁଲିପଡେ
ପଠା କଦମ୍ବର ଫୁଲେ ,
ଅସରନ୍ତି ସ୍ୱପ୍ନ ବତାସି ପବନ
ପଲକକୁ ଯାଏ ଛୁଇଁ
ଉକୁଟି ଉଠଇ ଛାତି ତଳ କୋହ
ଦୂରେ…ହୃଦୟଟା ଝୁରେ ରହି।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ବର୍ଷା ଆଉ ତୁମେ - ତପନ ଦୀକ୍ଷିତ (ବେଳାଭୂମି)
July 01, 2019
0