କାହଁକି ଯେ ଭୁଲି ହୁଏ ନାହିଁ - ରଞ୍ଜିତା ଦାସ

0
ପିଲାବେଳର ଅଭୁଲା ସ୍ମୃତି,
ରହିଛି, ରହିଥିବ ଏ ମନରେ ଗୁନ୍ଥି...
ମିଠା ମିଠା ସ୍ମୃତି
ମନ ଭିତରେ ରହିଛି ସାଇତି...
ଦୁଃଖ ନଥିଲା କିଛି କଷ୍ଟ ମଧ୍ୟ ନଥିଲା,
ଥିଲି ଗୋଟେ ଅମାନିଆ ପକ୍ଷୀ...
ଆଜି ମଧ୍ୟ କହେ ମୁଁ,
ପିଲାବେଳ ମୋର ସବୁଠୁ ନିଆରା
ମିଠା ଥିଲା, ଖଟା ଭି ଥିଲା...
କିନ୍ତୁ ନଥିଲା ଜହର
ଖେଳ ଛୁଟି ବେଳ ଆଉ ସାଙ୍ଗଙ୍କର ମେଳ
ସ୍କୁଲ ସାଙ୍ଗ ସାଥି ଆଉ ତାଙ୍କ ସଙ୍ଗେ ମଜା ମସ୍ତି,
କେତେ ରାଗ ରୁଷା ପୁଣି ଭାଇ ଭଉଣୀ ସାଙ୍ଗେ କୁସ୍ତି...
ଭୁଲି ପାରେନି ମୁଁ ଭୁଲିବି ନାହିଁଟି,
ସେ ସବୁ ମୋର ଅଭୁଲା ସ୍ମୃତି | 

Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Jul 13, 2019

Post a Comment

0Comments
Post a Comment (0)