ଜନ୍ମ ନିଅ ଆଉଥରେ ହେ ବ୍ୟାସଦେବ - ହାସ୍ୟମୟୀ ରାଜ୍

0
ପୂଣ୍ୟ ଆଶାଢରେ
ପୁର୍ଣ୍ଣିମାର ଚାନ୍ଦ ହୋଇ ଜନ୍ମ ନେଲ
ହେ ବ୍ଯାସଦେବ !
ମହର୍ଷି ମହାତ୍ମା
ବହିଗଲା ଅମୃତର ବର୍ଷା
ପୂତ କରି ଭାରତର ଆତ୍ମା,
ଧନ୍ଯ ସେହି ପରାଶର ମୁନି
ସତ୍ଯବତୀ ମାତା
ଫୁଟାଇଲେ ସ୍ବର୍ଗର ସୁଷମା
କି ଦେବି ଉପମା ??
ମୁକୁଟ ମଣ୍ଡିତ ହେଲ
ଅତିନ୍ଦ୍ରୀୟ ଶ୍ରେଷ୍ଠ ଗୁରୁ ରୂପେ
ଟାଣିଦେଲ ପୃଥିବୀରେ
ଜ୍ଞାନାଲୋକ ବ୍ଯାସ
ଛୁଇଁଗଲା ବିଶ୍ବ
ବିଚ୍ଛୁରିତ କରି ଜ୍ଞାନ ଜ୍ୟୋତ୍ସ୍ନା,
ସେଇ ଶୂଭ୍ର ଅଣୁକଣା
ପୁନଶ୍ଚ ନିର୍ଘୋଷ କଲା
ଗୁରୁ ଶିଷ୍ୟର ମହାନ୍ ପରଂପରା
ନିଶ୍ବାସରେ ଭରିଦେଇ ବିଶ୍ବାସର ବାସ୍ନା ।
ପ୍ରଣମ୍ୟ ହେ ପରମ ନମସ୍ଯ
ଦିଅ ଦିବ୍ଯ ଆଶୀର୍ବାଦ
ବିତିଯାଉ ଯୁଗ ପରେ ଯୁଗ
ଉଦ୍ଭାସିତ ହେଉଥାଉ
ସେଇ ବୀଜମନ୍ତ୍ର
"ଗୁରୁ ବ୍ରହ୍ମା ଗୁରୁ ବିଷ୍ନୁ
ଗୁରୁ ଦେବ ମହେଶ୍ବର
ଗୁରୁ ସାକ୍ଷାତ୍ ପରବ୍ରହ୍ମ
ତସ୍ମୈ ଶ୍ରୀ ଗୁରବେ ନମଃ"
ଆଙ୍କୁଥାଉ ଗୁରୁ ଆଉ ଶିଷ୍ଯର
ବିସ୍ତ୍ରୃତ ବିନ୍ଯାସ
ପରିତୃପ୍ତି କରି  ହୃଦ ଧାମ ।
ହେ ତପସ୍ଵୀ, ସୃଜନୀ ସ୍ରଷ୍ଟା
ପୂଣ୍ୟ ଶ୍ଲୋକ "ମହାଭାରତର"
ଜନ୍ମ ନିଅ ବାରମ୍ବାର
ଭାରତର ଆକାଶରେ
ତୋଫା ଜହ୍ନ ସମ
ଭରୁଥାଅ ପ୍ରେରଣାର ଉତ୍ଫୁଲ ପ୍ରବାହ
ତୁମକୁ ହେ କୋଟି କୋଟି ନମ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 12, 2019

Post a Comment

0Comments
Post a Comment (0)