ବାବୁ ଚୋର - ସତ୍ୟ ପ୍ରକାଶ ସେଠୀ

0
କାହାଠୁଁ ଆମର ନାହିଁ ପାଇବାର
ଆଶା ଅଭିଳାଷା କିଛି
ତଥାପି ହାତୀ ନେ ଘୋଡ଼ା ବି ଦେବାର
କାହିଁକି ନାଟକ ମିଛି? 1
ଏଡ଼େ ଠକ ତୁମେ ଜାଣିଥିଲେ ଆମେ
ପାଖ କି ଯେ ମାଡ଼ି ଥା'ନ୍ତୁ
ଭଲ ହେଲା ତୁମେ ଚିତା କାଟି ଦେଲ
ନୋହିଲେ କି ବୁଝିଥାନ୍ତୁ?2
ଧପ୍ପାବାଜିଆରେ କର ଗୁରୁ ଜ୍ଞାନ
ସୁଧୁରି ଯା' ବାବୁ ଚୋର
ନୋହିଲେ ଖାଇବୁ ଢିପାଳୀ ଯେତକ
କହୁ ଥିବୁ ରକ୍ଷାକର।। 3

Writer's Details: ସତ୍ୟ ପ୍ରକାଶ ସେଠୀ,
ସା - ରାଣୀପଡ଼ା, ପୋ - ତରାଗୋ ଜିଲ୍ଲା - ଭଦ୍ରକ
Content Category:
Submission Date: Jul 09, 2019

Post a Comment

0Comments
Post a Comment (0)