ଥିଲି ଝିଅ ହେଲି ବୋହୁ - ରମେଶ ଚନ୍ଦ୍ର ବେହେରା

0
ଝିଅ ଟିଏ ଥିଲି ବୋହୁ ହୋଇ ଗଲି
ବଢିଲା ମୋ କାର୍ଯ୍ୟ ଭାର
ମାଆ ବଦଳରେ ଶାଶୁ ମୁଁ ପାଇଲି
ବାପ ବଦଳେ ଶ୍ୱଶୁର ।
ଭଲ ସାଥିଟିଏ ପତି ଭାବେ ପାଇ
ଗର୍ବ କରେ ମୁଁ ନିଜକୁ
ଯାଆ କୁ ପାଇଲି ଭଉଣୀ ଭଳି ଯେ
ଭଲ ପାଇବି ସଭିଙ୍କୁ ।।
ଝିଅ ଜନମ ତ ପର ଘରକୁ ଯେ
ସମାଜର ରୀତିନୀତି
ଦୁଃଖରେ ସୁଖରେ ଏକ ମନ ନେଇ
ହୃଦୟ ମୁଁ ଯିବି ଜିତି ।।।
ଆସିଛି ମୁଁ ଏକା ଯିବି ମଧ୍ୟ ଏକା
ଗରବ କାହିଁ କରିବି
ଏହି ମୋର ଘର ଏହି ମୋର ସ୍ୱର୍ଗ
ହସି ହସି ଚଳି ଯିବି ।।।।
ଗୁରୁଜନ କଥା ମାନି ଚଳି ଗଲେ
ଆସିବନି ଦୁଃଖ କେବେ
ସୁନାର ସଂସାର ଗଢି ନେବା ଆମେ
ଏକତାରେ ବାନ୍ଧି ସର୍ବେ ।।।।।

Writer's Details: ରମେଶ ଚନ୍ଦ୍ର ବେହେରା
ବାଟୀ, ସିମୁଳିଆ, ବାଲେଶ୍ୱର
Content Category:
Submission Date: Jun 23, 2019

Post a Comment

0Comments
Post a Comment (0)