ହ୍ଵାଟ୍ସଆପ ବିତର୍କ - ୨୯/୦୬/୧୯

ହ୍ଵାଟ୍ସଆପ ବିତର୍କ - ୨୯/୦୬/୧୯


ବିତର୍କର ବିଷୟ :

ଏବେ ସାହିତ୍ୟ ସଭା ମାଳ ମାଳ, ସାହିତ୍ୟ ସାହିତ୍ୟିକା ମଧ୍ୟ ସେହି ତୁଳନାରେ କିଛି କମ ନାହାଁନ୍ତି । ଲେଖା ବି ଅନେକ ହେଉଛି । କିନ୍ତୁ ସହଜରେ ବାରି ହୋଇପଡୁଛି ଯେ, ଆଜିର ସାହିତ୍ୟ ଅନେକାଂଶରେ ସାମାଜିକ ଓ ନୈତିକ ମୂଲ୍ୟବୋଧରୁ ଅନେକାଂଶରେ ଦୁରେଇ ଗଲାଭଳି ଲାଗୁଛି । ସମାଜର ସୁଖ-ଦୁଃଖ, ହାନି-ଲାଭ ଆଦିରେ ସାହିତ୍ୟର ସମ୍ପୃକ୍ତି ଖୁବ ଖାପଛଡ଼ା ଲାଗୁଛି । ଆତ୍ମ ପ୍ରଚାର ଓ ପ୍ରସାର ବଢି ବଢି ଚାଲିଛି । ସମୀକ୍ଷାରୁ ପାଠକ ପାଠିକା ନିଜକୁ ଦୂରେଇ ରଖୁଛନ୍ତି । ପାଠକ ପାଠିକାଙ୍କ ସଂଖ୍ୟା କମି କମି ଚାଲିଛି । ତେବେ ପ୍ରଶ୍ନ ଉଠେ ଏହି ଧାରାରେ ଆମ ଓଡ଼ିଆ ସାହିତ୍ୟ ଆଜି କେତେ ସମୃଦ୍ଧ ? 


ସଞ୍ଜୁକ୍ତା ରାଉତ : 

୧ - ଠିକ୍ କହିଲେ ସାହିତ୍ୟ ଅନୁଷ୍ଠାନ ତ ବଢ଼ି ଚାଲିଛି ଆଉ ତା ସହ ତଳ ଦେଇ ସାହିତ୍ୟିକଙ୍କ ସଂଖ୍ଯା ବି ୲ ଆଧିକାଂଶ ନିଜର ଆତ୍ମ ପ୍ରଚାରରେ ବ୍ୟସ୍ତ ୲ ସାହିତ୍ୟର ମାନ ଆଜି କମିବାରେ ଲାଗିଛି ୲ ଆମ ଓଡ଼ିଆ ସାହିତ୍ୟର କଥା ନ କହିଲେ ଭଲ ୲ ପ୍ରତ୍ଯେକ ସ୍ରଷ୍ଟା କିଛି ସୃଷ୍ଟି କରିବା ପୂର୍ବରୁ ଭାବିବା ଦରକାର କି ତାଙ୍କ ଲେଖା ସମାଜକୁ କିଛି msg ଦେଉଛି କି ? ଲେଖାଟି ସମାଜର ହିତ ପାଇଁ ଉଦ୍ଧିଷ୍ଟ କି ? ଅାମ ଲେଖା ସମାଜର ପରିବର୍ତ୍ତନରେ ସହାୟକ କି ? ଲେଖିବା ପୂର୍ବରୁ ଯଦି ଏମିତି ସବୁ ଭାବନା ମନକୁ ଆସେ ତେବେ ନିଶ୍ଚୟ ସୁ ସାହିତ୍ୟ ସୃଷ୍ଟି ହୋଇପାରିବ ୲ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାକୁ ହେଲେ ପ୍ରଥମେ ଆମେ ଓଡ଼ିଆ ଭଷାରେ କେତେ ପାରଙ୍ଗମ ତାହା ବି ଜରୁରୀ । ଜଣେ ଭଲ ସ୍ରଷ୍ଟା ହେବାକୁ ହେଲେ ପ୍ରଥମେ ଆମେ ଜଣେ ଜଣେ ଭଲ ପାଠକ ହେବା ବହୁତ ଜରୁରୀ । ଆଉ ଗୋଟେ ଜରୁରୀ କଥା ବି ମୋ ମନକୁ ଏଠି ଆସୁଛି ଆମର ଯେଉଁ ସାହିତ୍ୟ ଅନୁଷ୍ଠାନ ମାନ ନିଜର ପ୍ରଚାର ଓ ପ୍ରସାର ପାଇଁ ବର୍ଷକୁ ୨/୩ଥର ପତ୍ରିକା ଉନ୍ମୋଚନ ନାଆଁରେ ସମ୍ବର୍ଦ୍ଧନା ସଭା ସବୁ ରଖୁଛନ୍ତି , ସେଥି କଣ ପ୍ରକୃତ ବ୍ୟକ୍ତି ବିଶେଷଙ୍କୁ ସେ ସମ୍ମାନ ସବୁ ମିଳୁଛି କି ? 


ନାରାୟଣ ଚନ୍ଦ୍ର ସେନାପତି: 

୧ - ସାମ୍ପ୍ରତିକ ସାହିତ୍ୟ ଇତିହାସରେ ସାହିତ୍ୟିକ ତିଆରି ହେବା ଅପେକ୍ଷା, ମାନପତ୍ର ପାଇଁ ରାତାରାତି ଶ୍ରେଷ୍ଠ ସାହିତ୍ୟିକ ହେବାର ନିଶା ଆଜି ଅଧିକାଂଶଙ୍କୁ ଘାରିଛି।ପାଠକ ହୋଇ ଶିଖିବା ଅପେକ୍ଷା ଦୁସ୍ଥ ଲେଖକ ହୋଇ ନିଜକୁ ସୁସ୍ଥ ଭାବି ଶିଖେଇବାର ମନୋବୃତ୍ତି ହୁ ହୁ ହୋଇ ବଢୁଛି।ଆଉ କିଛି ସାହିତ୍ୟକୁ ନ ଛୁଇଁ ନ ଦେଖି ନ ଲେଖି ବି ବଡ଼ ହେବାପାଇଁ ଓ ଶ୍ରେଷ୍ଠ ସାହିତ୍ୟିକର ପାଗ ବାନ୍ଧିବା ପାଇଁ ମୁଣ୍ଡକୁ ସଜାଡିଛନ୍ତି।ମୂଲ୍ୟ ପଛରେ ଯିଏ ଧାଏଁ ସାହିତ୍ୟର ମୂଲ୍ୟବୋଧର ବୃଷ୍ଟିଛାୟା ଅଂଚଳରେ ସେ ରହେ।ଅହଂର ଡଙ୍ଗାରେ ସେ ତ ପ୍ରଶଂସା ଓ କ୍ଷମତା-ଉପାଧିର ଆହୁଲା ମାରେ,ପ୍ରତିଭା ଗୁଡାକ ଥଳ ନ ପାଇ ଅଣ ନିଃଶ୍ବାସୀ ହୋଇଯାନ୍ତି । ସାମାଜିକ ଓ ନୈତିକ ମୂଲ୍ୟବୋଧ ଠାରୁ ଦୂରରେ ରହିବା ତାର ସ୍ୱାଭାବିକ କର୍ତ୍ତବ୍ୟ ପାଲଟିଯାଏ । 


ଗଗନ ବିହାରୀ ନାୟକ: 

୧ - ସାହିତ୍ଯ ସହିତ ଜଦି ବିଜ୍ଞାନକୁ ଯୋଡାଯାଇ ଲେଖା ଯାଇପାରନ୍ତା । ତେବେ କିଛି ଉନ୍ନତିର ପରିକଳ୍ପନା କରାଯାଇପାରନ୍ତା । କିନ୍ତୁ, ସମସ୍ତେ ସେଇ ପୁରୁଣା ପାଠର ଆଲୋଚନା ସାହିତ୍ଯ ଭିତରେ ଚାଲିଚି । ଗୋଠେ ଲେଖା ଶସ୍ତା ପ୍ରମାଣ ପତ୍ର ନେଇ କିଏ ଉତ୍କଳ ଗଦା କହିଲାଣି କିଏ ଚକ୍ର କିଏ ପଦ୍ମ କିଏ ଚନ୍ଦ୍ର ତ କିଏ ଭାସ୍କର ହେଲେଣି । ଆଉ ଦଳେ ଏହାର ସୁଯୋଗ ହାତଛଡା ନ କରି ନିଜେ ଆତ୍ମଘୋଷଣା କରି ଭୁଷ ପଣ୍ଡିତ ହୋଇ ପ୍ରମାଣ ପତ୍ର ଦେଇ କିଛି ଆୟ କରିବାରେ ଓ ତାଙ୍କ ଆଡକୁ ଦୃଷ୍ଟି ଟାଣିବାରେ ବ୍ଯସ୍ତ । କିନ୍ତୁ ଏକଥା ସତ ଯେ, ଏହା ଖୁବ ଶୀଘ୍ର ନିଜେ ପତ୍ତନ ହେବ । କାରଣ ମନ୍ଦିର ନାଁ ରେ ଯେତିକି ଜାଗା ଜମି ରଖା ଯାଇନାହିଁ ଏବେ ସାହିତ୍ଯ ପ୍ରଚାର ପ୍ରସାର ପାଇଁ ସେତେ ସରକାରୀ ଜାଗା ଜମି ହଡପ କରା ଚାଲିଛି ଓ ସବୁ ପ୍ରମାଣ ପତ୍ର ନିଜେ ଲେଖି ନିଜକୁ ସମ୍ମାନିତ ହେଉଛନ୍ତି । ଏକ୍ଷେତ୍ରରେ ମୁଁ କହିବିଯେ, ଯେଉଁ ସାହିତ୍ଯିକ ବେଶ ନାଁ କମେଇ ରାଜ୍ଯ କି କେନ୍ଦ୍ର ସାହିତ୍ଯ ଏକଡେମୀ ଦ୍ବାରା ପୁରଷ୍କୃତ ହେଇଛନ୍ତି ।ସେମାନେ ଖୁବ ଆନନ୍ଦରେ ଛୋଟ ଛୋଟ ସାହିତ୍ଯ ସଂସ୍ଥାକୁ ଆସି ଛୋଟ ଛୋଟ ପ୍ରାଇଜ ପାଇଁ ହାତ ବଢେଇ ଦେଉଛନ୍ତି । କେବେ କହୁ ନାହାନ୍ତି, ଏତେ ବେସରକାରୀ ସାହିତ୍ଯ ସଂସଦ କାହିଁକି ?କେବଳ ଗୋଟିଏ କଥା ଗୁଞ୍ଜରିତ ହୁଏ, ଭାଷା ପ୍ରଚାର ଓ ପ୍ରସାରର । ଜଦି ଏତେ ଭାଷାପ୍ରିୟ ସାହିତ୍ଯିକ ଅଛନ୍ତି । ତେବେ ତାଙ୍କ ଆଖି ଆଗରେ, ଦଳେ ଗରିବ ପିଲା ପଢନ୍ତି ରାଜ୍ଯର ପ୍ରାଦେଶିକ ବିଦ୍ଯାଲୟେ । ଆଉ ଦଳେ ଇଂରାଜୀ ବିଦ୍ଯାଳୟେ । ଏହାର ସୁଯୋଗ ନେଇ ଦଳେ ଶିକ୍ଷାକୁ ଘରୋଇକରଣ କରି ବ୍ଯବସାୟରେ । ଯା ପାଖରେ ଟଙ୍କା ଅଛି ସେ କିଣିଲା । ଖୋଦ ଭାଷାକୁ ଓ ଓଡିଆ ସାହିତ୍ଯକୁ ଭଲ ପାଉଥିବା ଲୋକେ ନିଜ ଉତ୍ତରାଧିକାରୀଙ୍କୁ ପଢାନ୍ତି ଅଣଓଡିଆରେ । ବୃଦ୍ଧ ଓ ବୃଦ୍ଧା ସାହିତ୍ଯିକ ମହୋଦୟ/ୟା, ରହିଥାନ୍ତି କେବଳ ସାହିତ୍ଯ ଅନୁଷ୍ଠାନକୁ ଆସି ଗୌରବ ସାଉଁଟିବାକୁ । ବାକି, ସୁଚିନ୍ତିତ ମତା ମତ ଆପଣଙ୍କର ଯାହା🙏🙏 ଏ କ୍ଷେତ୍ରରେ ଆଗ ଧାଡିର ସାହିତ୍ଯିକ ମାନେ ଏ ସବୁକୁ କେଉଁ ଦୃଷ୍ଟିରେ ଦେଖନ୍ତି । ସେମାନଙ୍କର କଣ କର୍ତ୍ତବ୍ଯବୋଧ ନୁହେଁକି ସମସ୍ତେ ଗୋଟିଏ ଶିକ୍ଷା ପାଇଲେ ଭାଷା ବି ଏକ ହେବ । 

୨ - ପାଞ୍ଚ ହଜାର ପୁରୁଣା ପାଠକୁ ମନେ ପକେଇ ନୂଆ ସୃଷ୍ଟିର ସଂଭାବନା ନାହିଁ । କେତେକ ଅନ୍ଧବିଶ୍ବାସୀ ହେଲେଣିତ, କେଉଁଠି ଦୁଷ୍କର୍ମୀ ବାବା ଅନ୍ଧ ଭକ୍ତକୁ ନେଇ ହିଂସାପଥ ଆପଣେଇଁଲାଣି । ସାହିତ୍ଯ ଯୁଗ ପ୍ରବର୍ତ୍ତକ ହେଇ ନାହିଁ । ଯେଉଁ ଦେଶର ସାହିତ୍ଯ ଯେତେ ସମୃଦ୍ଧ ସେ ଦେଶ ସେତେ ଅଗ୍ରସର । ସେ ଦେଶ ସେତେ ଦର୍ଶନ ତତ୍ତ୍ବରେ ଆଗୁଆ । ଆମେ ତାକୁ ଦାର୍ଶନିକ କହି ମାନିନେଉଛେ । ହେଲେ ଆମେ.....? କାହାର ବ୍ଯକ୍ତିଗତ ଆଦର୍ଶ ଚରିତ୍ରକୁ ନେଇ ଜାତୀୟ ଆଦର୍ଶର ଦେଶଟିଏ ଗଠନ କରି ପାରିନାହେଁ । ଏଠାରେ ଆମ ଆଦର୍ଶକୁ ଓ ଆମ ସାହିତ୍ଯର ନିତୀକୁ ସମ୍ମାନ ଦେବ କିଏ...? କେବଳ ନିଜ ଭିତରେ ପ୍ରମାଣ ପତ୍ର ବାଣ୍ଟି ନେବା ନୀତି 


ଚିତ୍ତରଞ୍ଜନ ସାହୁ: 

୧ - ଆମେ ଆଜି ବାସ୍ତବତାଠୁ ଦୁରେଇଯାଇ ଅବାସ୍ତବତାକୁ ଆପଣେଇଛନ୍ତି। ସାହିତ୍ୟ ସମାଜର ପଥ ପ୍ରଦର୍ଶକ। ଯେପରି ସୃଷ୍ଟିରେ ତ୍ରିଦେବଙ୍କର ଭୂମିକା ଅନିବାର୍ଯ୍ୟ ଠିକ ସେହିପରି ସାହିତ୍ୟର ଅଭିବୃଦ୍ଧି ତିନିଜଣଙ୍କର ସହଯୋଗରେ ହୋଇଥାଏ। ଲେଖକ, ପ୍ରକାଶକ, ପାଠକ। ଅଧୁନା ଲେଖକ ଲକ୍ଷଲକ୍ଷ, ପ୍ରକାଶକ ମଧ୍ୟ ଅନେକ କିନ୍ତୁ ଦୁଃଖର ବିଷୟ ପାଠକ ହାତଗଣତି। ନିଜ ଲେଖାର ନିଜେ ଏକମାତ୍ର ପାଠକ। ଖାଲି ଗୁଡ଼ାଏ ଶବ୍ଦ କୁ ନେଇ କିଛି ଲେଖିଦେବାର ଆମେ ଆଜି ଅନେକ ଦେଖୁଛେ। ବାସ୍ତବରେ ଲେଖାରେ କିଛି ଶିକ୍ଷଣୀୟ କଥା ମିଳିବା କଷ୍ଟ। ମୋ ମତରେ ଯେତେଦିନ ଯାଏ ସାହିତ୍ୟକୁ ନେଇ ରାଜନୀତି ଏବଂ ସାହିତ୍ୟିକ କିଛି ପାଇବାର ଆଶା ରଖିଥିବ ସେତେଦିନ ଯାଏ ସାହିତ୍ୟର ଅଭିବୃଦ୍ଧି ଅସମ୍ଭବ। ସାହିତ୍ୟିକ ସମାଜକୁ କିଛି ଦେବା ବଦଳରେ ଆଜି ସମାଜଠୁ ବହୁତ ଆଶା କଲାଣି। ବାସ୍ତବରେ ଆଜିକାର ସାହିତ୍ୟ ସଭା ରାଜନୀତିର କୁଚକ୍ରରେ ବନ୍ଦୀ ହେଇଗଲାଣି। ନିଜକୁ ଦୁଃଖଲାଗେ ଆଜି ଏମିତି ପରିସ୍ଥିତିରେ ଆସି ମୋର ଭାଷା ସାହିତ୍ୟ ପହଁଚିଲାଣି। 

ସାହିତ୍ୟକୁ ନେଇ ରାଜନୀତି ଭାଇ 

ଯେତେଦିନ ଚାଲିଥିବ 

ଏଭଳି ବେଳରେ ସାହିତ୍ୟର ଭାଇ 

କିଭଳି ସମୃଦ୍ଧି ହେବ? 

ତେଣୁ ଲେଖା ସର୍ବଦା କାଳଜୟୀ ହେଉ ଏବଂ ସବୁରି ମନରେ ପରିବର୍ତ୍ତନର ଉର୍ଜା ସଂଚାର କରୁ, ଅପଥରୁ ପଥକୁ ଆଣୁ, ଜୀବନକୁ ସରଳ ସୁନ୍ଦର କରୁ ଏଥିପ୍ରତି ଧ୍ୟାନଦେବା ଆବଶ୍ୟକ। ବହୁତ ପୁରସ୍କାର, ମାନପତ୍ର ପାଇଲେ କାହାର ଲେଖା କାଳଜୟୀ ହେଇଯିବ ନାହିଁ, ତାହାର ଲେଖାହିଁ କାଳଜୟୀ ହେବ ଯାହାର ଲେଖାର ପ୍ରତ୍ୟେକ ଶବ୍ଦରେ ଭରି ରହିଥବ ଶିକ୍ଷଣୀୟ କଥା। 


ସୁଦୃମା ପଣ୍ଡା: 

୧ - ମୋ ମତରେ ମାନପତ୍ର ପାଇଗଲେ ଯେ ଜଣେ ସୁଲେଖକ ଆଖ୍ୟା ପାଇଯିବ, ତାହା ଭୁଲ୍ । ଲେଖା କାଳଜୟୀ ହେବା ସହିତ ଶିକ୍ଷଣୀୟ ହେବା ନିତାନ୍ତ ଆବଶ୍ୟକ । 


ପ୍ରମୋଦ କୁମାର ପଣ୍ଡା: 

୧ - ସାହିତ୍ୟ ସବୁବେଳେ ସାହିତ୍ୟ । ସେଥିରେ ବିଜ୍ଞାନ କେମିତି ଯୋଡ଼ାଯାଇ ପାରିବ ମୋର ସେ ବିଷୟରେ ଜ୍ଞାନ ନାହିଁ । ପୁରାତନ ହେଉ ବ ନୂତନ ହେଉ ସାହିତ୍ୟ ସବୁବେଳେ କାହାର ନା କାହାର ପ୍ରୋତ୍ସାହନରେ ସବୁବେଳେ ବଞ୍ଚି ଆସିଛି । ସେତେବେଳେ ରାଜା ମହାରାଜା ଓ ଜମିଦାର ମାନଙ୍କ ଆର୍ଥିକ ପ୍ରୋତ୍ସାହନ ହେଉ ବା ନୈତିକ ପ୍ରୋତ୍ସାହନ ହେଉ , ଯାହାର ଆଶ୍ରୟରେ ଭାଷା ସାହିତ୍ୟର କଳେବର ବୃଦ୍ଧି ହୋଇପାରିଥିଲା ଯାହାର ଛାୟାରେ ନୂତନ ସାହିତ୍ୟିକ ମାନେ ନିଜ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଆଜି ଯଦି ଓଡ଼ିଆ ଭାଷା ଗୋଟେ ଶାସ୍ତ୍ରିୟ ଭାଷାର ମର୍ଯ୍ୟଦା ଲାଭକରିଥାଏ ଯାହାକି ହିନ୍ଦୀ ଭାଷା ମଧ୍ୟ ପାଇପାରି ନାହିଁ , ତାହା ସେହି ପୂର୍ବ ସୂରୀଙ୍କର ଅବଦାନ ସେଥିରେ କୌଣସି ଦ୍ବିମତ ନରହିବା ଦରକାର। ବହୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ଓଡ଼ିଆ ସାହିତ୍ୟକୁ ବଞ୍ଚାଇ ରଖିଥିଲେ । ତାପରେ ଯେଉଁମାନେ ଆତ୍ମଘୋଷିତ ସାହିତ୍ୟିକ ବୋଲାଉଛନ୍ତି ସେମାନେ ନିଜ ପାଇଁ ନିଜେ ଗାତ ଖୋଳୁଛନ୍ତି। ଆଉ ରହିଲା ସାହିତ୍ୟର ପ୍ରମାଣ ପତ୍ର , ତାହା ତ ଏବେ ମୁଖପତ୍ରିକାରେ ମାଳ ମାଳ ହୋଇ ପ୍ରତିଦିନ ବୁଲୁଛି । ସେତିକି ମାତ୍ର କିଛି ସାହିତ୍ୟିକ ବୋଲାଉଥିବା ବ୍ୟକ୍ତିମାନଙ୍କର ଏକମାତ୍ର ସାନ୍ତ୍ୱନା ହୋଇଛି । କିଛି ପତ୍ର ପତ୍ରିକାର ମାଲିକମାନେ ସେମାନଙ୍କୁ ସୁହାଉଥିବା ତଥାକଥିତ ସାହିତ୍ୟିକ ମାନଙ୍କୁ ନେଇ ଲଙ୍କା ଜୟ କରିବାର ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ନିଜକୁ ସାହିତ୍ୟର ପୃଷ୍ଠପୋଷକ ଭାବେ ନିଜର ଆତ୍ମପ୍ରଚାରରେ ବ୍ୟସ୍ତ । କିଛି ଏହାକୁ ବ୍ୟବସାୟ କରିସାରିଲେଣି । କିଛି ସାହିତ୍ୟର ବଡ଼ପଣ୍ଡା ବୋଲାଉଥିବା ବ୍ୟକ୍ତି ସାହିତ୍ୟକୁ ନିଜର ପୈତୃକ ସମ୍ପତ୍ତି ଭାବି ଏଥିରେ ନୂତନ ଭାବେ ଆସୁଥିବା ସାହିତ୍ୟିକ ଟିକୁ ପ୍ରଥମରୁ ଏମିତି ହରଡ଼ଘଣାରେ ପକାଉଛନ୍ତି ଯେ ସେ ବିଚରା ଘରେ ପସୁ ପସୁ ଚାଳ ବାଜିବା ନ୍ୟାୟରେ ରହୁଛି ଯେ ଆଉ ଆଗକୁ ଯାଉନି । ବହୁ ସ୍ୱାଭିମାନୀ ସାହିତ୍ୟିକଙ୍କର ଦକ୍ଷତା ଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ସେମାନେ ଚୁପ ରହିବାକୁ ଅଧିକ ଶ୍ରେୟସ୍କର ମଣୁଛନ୍ତି । କିନ୍ତୁ ଗୋଟେ କଥା କହିବି ଯେ କିଛି ସହିତ୍ୟାନୁରାଗୀ ମହତ ବ୍ୟକ୍ତି ଏବେ ମଧ୍ୟ ଅଛନ୍ତି ଯେଉଁମାନେକି ନୂତନ ସାହିତ୍ୟିକ ମାନଙ୍କ ପାଇଁ ନିଜର ବହୁମୂଲ୍ୟ ସମୟ ନଷ୍ଟକରି ସାହିତ୍ୟକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି ଯାହା କି ସେମାନଂକର ଏକ ନିଶାରେ ପରିଣତ ହୋଇଛି , ସେମାନଙ୍କୁ ମୁଁ ଅଶେଷ ସାଧୁବାଦ ଜଣାଉଛି । ବିନାଶ୍ରାୟେ ନ ତିଷ୍ଠନ୍ତି କବିତା , ବନିତା, ଲତା,,,,,,,ଜୟ ସାହିତ୍ୟ । 


ହେମନ୍ତ କୁମାର ବରାଇ: 

୧ - ଆଜିର ସାହିତ୍ୟ ସାମାଜିକ ଓ ନୈତିକ ମୂଲ୍ୟବୋଧରୁ ଦୂରେଇ ଗଲା ଭଳି ଲାଗୁଛି ନୁହେଁ ଦୂରେଇ ଗଲାଣି,ଯିଏ ଯାହା ପାରିଲା ଲେଖୁଛନ୍ତି,କବିତା ଗୁଡିକ ପ୍ରକାଶିତ କରିବା ପୂର୍ବରୁ ଭଲ ଭାବରେ ତ୍ରର୍ଜମା କରି ପ୍ରକାଶିତ କଲେ ଓଡିଆ ସାହିତ୍ୟ ସମୃଦ୍ଧ ହେବ | 


ଲକ୍ଷ୍ମୀନାରାୟଣ ପଟ୍ଟନାୟକ: 

୧ - କୌଣସି ଲେଖାଟିର ଭଲ ଓ ମନ୍ଦ ଦିଗରେ ଆଲୋଚନା କଲେ, ନିଶ୍ଚୟ ଭାଷା ସାହିତ୍ୟର ସମୃଦ୍ଧି ଓ ସାମଗ୍ରିକ ବିକାଶ ଘଟିବ ଏହା ନିଃସନ୍ଦେହ । କିନ୍ତୁ ନଜରକୁ ଆସେ, ଅନେକ ଏହାକୁ ସହଜରେ ଗ୍ରହଣ କରନ୍ତି ନାହିଁ । ଯଦି କୌଣସି ଲେଖା ଉପରେ ଭଲ ବୋଲି ମନ୍ତବ୍ୟ ଆସେ ତେବେ ସ୍ରଷ୍ଟା ବହୁତ ଖୁସି ହୁଅନ୍ତି, ଯଦି ଭଲ ହୋଇନାହିଁ ବୋଲି ମନ୍ତବ୍ୟ ଆସେ, ତେବେ ସ୍ରଷ୍ଟା ଜଣଙ୍କ ଖୁବ ବିଚଳିତ ହୋଇ ପଡନ୍ତି, ଏବଂ ନକରାତ୍ମକ ମନୋଭାବ ପୋଷଣ ପୂର୍ବକ ଲଙ୍କାକାଣ୍ଡ ବି ଘଟାଇ ବସନ୍ତି । ଅନେକ ନଜିର ଅଛି । ଅବଶ୍ୟ ସମସ୍ତେ ନୁହନ୍ତି । 

୨ - ପାଠକ ଓ ଲେଖକ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ନହୋଇ, ଗୋଟିଏ ହୃଦୟର ଦୁଇଟି ଧମନୀ ହେବା ଆବଶ୍ୟକ । ଛୋଟ ହେଉ ବା ବଡ଼ ହେଉ, ପ୍ରତ୍ୟେକ ପାଠକ ହିଁ ଜଣେ ଜଣେ ସମୀକ୍ଷକ । 

୩ - ପାଠକ ଓ ସ୍ରଷ୍ଟା ଉଭୟ ସକରାତ୍ମକ ମନୋଭାବାପର୍ଣ୍ଣ ହୋଇ ଏହା କ୍ଷେତ୍ରରେ ସହମତି ପ୍ରତିପାଦିତ କରିବା ଆବଶ୍ୟକ । ପୁରସ୍କାର, ମାନପତ୍ର କଦାପି ସୃଜନଶୀଳତାର ମାପକାଠି ନୁହେଁ । ବୃଥା ଆସ୍ଫାଳନ ଓ ଅନ୍ଧ ଅହମିକା । କେବେହେଲେ ଜ୍ଞାନର ଉତ୍କର୍ଷତାକୁ ଏସବୁ ପ୍ରତିପାଦିତ କରିନଥାଏ । ଏହା ସାମ୍ପ୍ରତିକ ସାହିତ୍ୟ ଜଗତରେ ଏକ ମହାମାରୀ । ଅନେକ ଏହି ମହାମାରୀ ରୋଗରେ ପୀଡିତ ଅଟନ୍ତି । 


ସୁନୀଲ କୁମାର ବେହେରା: 

୧ - ପ୍ରତିପତ୍ତି ତଥା ପୁରସ୍କାର ପାଇବା ଲାଳସାରେ ବର୍ତ୍ତମାନ ନୂତନ ଲେଖକ ମାନଙ୍କର ଆବିର୍ଭାବ ଘଟିଚାଲିଛି, ଏବଂ ପଢ଼ିବା କମ୍ କରି ଅଧିକ ଲେଖାଲେଖି ପାଇଁ ମନବଳାଉଥିବାରୁ ସାହିତ୍ୟର ମାନ କମିବାରେ ଲାଗିଛି। ପ୍ରଥମେ ନିଜେ ଜଣେ ଭଲ ପାଠକ ହୋଇପାରିଲେ ଆବଶ୍ୟକ ସ୍ଥଳେ ଜଣେ ସୁଲେଖକର ମର୍ଯ୍ୟାଦା ମିଳିପାରିବ ତାହା ପୁଣି ଅଧିକ ରୁ ଅଧିକ ସମୀକ୍ଷା ମାଧ୍ୟମରେ। କିନ୍ତୁ ସମୀକ୍ଷା ପରେ ଯଦି କିଛି ତ୍ରୁଟି ଆସୁଛି କିଛି ଆଗନ୍ତୁକ ଲେଖକ ବିଭିନ୍ନ ଆଳ ଦେଖାଇ ଗ୍ରହଣ କରିବାକୁ ନାରାଜ। ମୋର ଆପଣଙ୍କୁ ବିନମ୍ର ଅନୁରୋଧ ବଣମଲ୍ଲୀର ମହକ ଆନୁକୂଲ୍ୟରେ ଆପଣ ଏକ ସମୀକ୍ଷକ ମଣ୍ଡଳୀ ଗଠନ କରି ପ୍ରତ୍ୟେକ ଲେଖା ଗୁଡିକୁ ସମୀକ୍ଷା କରାଇ କାଲଜୟୀ ତଥା ସମାଜ ଉପଯୋଗୀ ଲେଖା ଗୁଡିକୁ ପ୍ରକାଶ କରାଇଲେ ବିଶେଷ କରି ମୋ ଭଳି କମ୍ ବୟସ୍କ ମାନଙ୍କୁ ବହୁତ ଶିକ୍ଷା ମିଳିପାରନ୍ତା। 

୨ - ସାହିତ୍ୟରେ ଏ ମହାମାରୀ ଏକ ଦୁଃଖଦ ଇତିହାସ ରଚନା କରିବାରେ ଲାଗିଛି। ଏହାକୁ ମୁଳରୁ ଉପୁଡାଇବାକୁ ପଡ଼ିବ। ନଚେତ୍ ଆମ ଆଗାମି ବଂଶଧର ମାନଙ୍କ ପାଇଁ ସାହିତ୍ୟ ଏକ ଇତିହାସ ହୋଇ ରହିଯିବ ତାହା ପୁଣି ଆମ ତଥାକଥିତ ମାତୃଭାଷାରେ ନୁହେଁ। ଅନ୍ୟ କେଉଁ ପାଶ୍ଚାତ୍ୟ ଭାଷାରେ। ସାହିତ୍ୟର ଜୟ ଏବଂ ଚିରକାଳ ସ୍ଥାୟୀ ନିମନ୍ତେ ସମୀକ୍ଷକ ମାନଙ୍କୁ ଏକ ଗୁରୁଦାୟିତ୍ଵ ବହନ କରିବାକୁ ପଡ଼ିବ। ହୁଏତ ଅନେକ ଏ ସବୁକୁ ଗ୍ରହଣ ନକରି ପାରନ୍ତି କିନ୍ତୁ ତନ୍ମଧ୍ୟରୁ ଯେଉଁ କେତେକ ସାରସ୍ୱତ ସାଧକ ଏହାକୁ ଗ୍ରହଣ କରିବେ ବାସ୍ତବରେ ସେମାନଙ୍କ ଲେଖା ଅତ୍ୟନ୍ତ ଉଚ୍ଚକୋଟୀର ହେବ ବୋଲି ଆଶାବ୍ୟକ୍ତ କରୁଛି। 


ରୀତା ଅପରାଜିତା ମହାନ୍ତି: 

୧ - କେହି ପାଠକ ହେବାକୁ ଇଚ୍ଛା କରୁନାହଁlନ୍ତି ଭଲ ସାହିତ୍ୟ ପାଇଁ ଭଲ ପାଠକ ଓ ସମୀକ୍ଷକ ଉଭୟ ଆବଶ୍ୟକ। 


ସଦାନନ୍ଦ ସାହୁ: 

୧ - ପାଠକ , ପାଠିକା ସାହିତ୍ୟ ଜଗତର ଅବିଛେଦ୍ୟ ଅଙ୍ଗ , ତାଙ୍କ ବିନାଭାଷା ସାହିତ୍ଯର ସ୍ଵପ୍ନ ଅଧୁରା ହୋଇ ରହିଯାଏ


[ଏହି ପ୍ରସଙ୍ଗ ଉପରେ ୱେବସାଇଟ ମାଧ୍ୟମରେ ଆପଣ ନିଜର ମତବ୍ୟକ୍ତ କରିବାକୁ ଚାହୁଁଥିଲେ ନିମ୍ନୋକ୍ତ କମେଣ୍ଟ ବକ୍ସରେ ନିଜର ମତାମତ ରଖନ୍ତୁ]  


1 Comments

  1. ଓଡିଆ ପୋର୍ଟାଲ ସମୁନ୍ନତିର ତାଳେ ତାଳେ ଇଲେକ୍ଟ୍ରୋନିକ୍ ମଡିଆରେ ଲେଖକ ଏବଂ ପାଠକ ସଂଖ୍ୟାର ଅଭିବୃଦ୍ଧି ପରିଲକ୍ଷିତ ହୁଏ । ବିଶେଷ କରି ପ୍ରାଚୀନ ସାହିତ୍ୟର କମ୍ପ୍ୟୁଟରୀକରଣ ହେତୁ ଅନେକ ଅନୁପଲବ୍ଧ ପୁରାତନ କାବ୍ୟ, କବିତା, ପ୍ରବନ୍ଧ, ଉପନ୍ୟାସ ସହଜଲଭ୍ୟ ହୋଇପାରିଛି ।

    ବୟସ୍କ ପୁରାତନ ପିଢିର ଅବସରପ୍ରାପ୍ତ ସାହିତ୍ୟପ୍ରେମୀମାନେ ଅଯଥାରେ ସମୟ ନଷ୍ଟ ନକରି ସାହିତ୍ୟ ଚର୍ଚ୍ଚାରେ ବିନିଯୋଗ କରୁଛନ୍ତି । ହୀନ ରାଜନୀତିରୁ ଦୂରେଇ ରହି ସେମାନେ ନିଜର ସୃଜନଶୀଳତାଦ୍ଵାରା ସାହିତ୍ୟକୁ ସମୃଦ୍ଧ କରିବା ସହିତ ଉତ୍ତର ଦାୟାଦଙ୍କ ସହିତ ଆନ୍ତରିକତା ଓ ଯୋଗାଯୋଗ ରକ୍ଷା କରୁଛନ୍ତି । ଏହାଦ୍ଵାରା ସମାଜରେ ସାହିତ୍ୟିକ ପରମ୍ପରାର ସମୃଦ୍ଧି ସହିତ ସେମାନଙ୍କର ବାର୍ଦ୍ଧକ୍ୟଜନିତ ସ୍ଥାଣୁତା ହ୍ରାସ ପାଉଛି । ଫଳରେ ସେମାନେ ସୁସ୍ଥ ନିରାମୟ ଓ କର୍ମଠ ଭାବରେ ପରିଣତ ବୟସ ଆନନ୍ଦରେ ଅତିବାହିତ କରିପାରୁଛନ୍ତି ।

    ଏଣୁ ଓଡିଶାରେ ସମାଜିକ ସମୁନ୍ନତି ସହିତ ସାହିତ୍ୟାକାଶରେ ନୂତନ ସର୍ଜନାର ସୂର୍ଯ୍ୟୋଦୟ ସମୟ ଉପସ୍ଥିତ ହେବା ଭଳି ମନେହୁଏ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।