"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଉତ୍କଳ ପୁଅ - ଚିତ୍ତରଞ୍ଜନ ସାହୁ

ଉତ୍କଳ ପୁଅ - ଚିତ୍ତରଞ୍ଜନ ସାହୁ

ଇତିହାସ ଭାଷେ ଯା'ର ଯଶକୀର୍ତ୍ତି 
ସାଗର ପଖାଳେ ଯା'ର ପାଦ ନିତି
ଯାହାରି ବୁକୁରେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କ ସଙ୍ଗେ ବିରାଜିତ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ ।।
ଜୟ ଉତ୍କଳର ଜୟ ।। (୧)
ଅତିଥିଙ୍କୁ ଯହିଁ ମିଳଇ ଆଦର
ଚଣ୍ଡାଶୋକ ଯହିଁ ଲଭିଲା ସଂସ୍କାର
ଚିଲିକା ଯାହାର ସୌନ୍ଦର୍ଯ୍ୟ ବଢ଼ାଏ
ଚିତ୍ରକଳା ଯା'ର କୋଣାର୍କ ଦର୍ଶାଏ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା 
ଜୟ ଉତ୍କଳର ଜୟ।।
ଜୟ ଉତ୍କଳର ଜୟ।। (୨)
ବିରଜା ଯା ପୃଷ୍ଠେ ସ୍ୱୟଂ ବିରାଜିତ
ବାରମାସେ ଯହିଁ ହୁଏ ତେର ଯାତ
ଓଡ଼ିଶି ନୃତ୍ୟ ଯା' ବିଶ୍ୱବିଖ୍ୟାତ
ଗୌରବ ଯା' ଇତିହାସରେ ବିଦିତ
ଆମେ ସେ ଉତ୍କଳ ପୁଅ 
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ।।
ଜୟ ଉତ୍କଳର ଜୟ।। (୩)
ଉତ୍କଳ-ଜନନୀ ପତିତପାବନୀ
କେତେ ବୀର ବିରାଙ୍ଗନାଙ୍କ ଜନନୀ
ଝରଣା ଗାଏ ଯା' ପାଇଁ ରାଗିଣୀ
ମେଦିନୀର ଯିଏ ଅଟେ ସୁନନ୍ଦିନୀ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ
ଜୟ ଉତ୍କଳର ଜୟ।।(୪)

0 Comments