ଭାସି ଆସୁଅଛି ବସନ୍ତ ମଳୟ
ଶୀତଳ ଛୁଆଁକୁ ଧରି
ତୋ'ବିନା ସଜନୀ ବିରହ ବେଦନା
ମନକୁ ଦେଇଛି ମାରି....
ସ୍ମୃତିକୁ ସାଇତି ଝୁରୁଛି ନିଇତି
ଜୀଇଁଛି ଭାଗ୍ୟ ଆଦରି
ଲୁହ ଏବେ ମୋର ଅତି ଆପଣାର
ଆପଣା ଲୋକେ ବଇରି ....
ଆଶା ,ଇଛା ,ସ୍ବପ୍ନ ମରି ମରି ଗଲା
ଜୀବନ ହେଲା କାହାଣୀ
ବୟଷ ବିଳାସ ବିଳପୁଚି ଏବେ
ତୋହରି ରୂପକୁ ଗୁଣି .....
ଜୀବନଟା ଆଜି ଦେଇଛି ତ ଠକି
ପାରୁନି ଲୁହକୁ ରୋକି
ହସିବାଟା ମନା କାନ୍ଦି ବି ହଉନି
ମରିବାଟା ଖାଲି ବାକି....
ଜୀବନ ଆକାଶେ ସନ୍ଧ୍ୟା ଉଇଁଅଛି
ନିସଙ୍ଗ ବାରତା ନେଇ
ବନ୍ଧୁ ପରିଜନ କଟୁକ୍ତିରେ ଆଜି
ଭିଜୁଛି ନୟନ ଦୁଇ.....
ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।