OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ଅଭୁଲା ଅତୀତ - ଟୁକୁନା ସାହୁ

କ୍ଷୁଦ୍ରଗଳ୍ପ - ଅଭୁଲା ଅତୀତ - ଟୁକୁନା ସାହୁ

ସଙ୍ଗୀତା ଖୁବ୍ ଜୋର୍ ଜୋର୍ ରେ କାନ୍ଦୁଥିଲା କିଛି କହିବା ପାଇଁ ବି ସେ ପ୍ରସ୍ତୁତ ନଥିଲା । ମୁଁ ବହୁତ ଚେଷ୍ଟା କରିବା ପରେ ସେ ଟିକିଏ ସ୍ମିତ ହାସ୍ୟ କରି କହିଲା ମୁଁ ତିନି ଦିନ ହେଲା କିଛି ବି ଖାଇନି । ଶୁଣିବା ପରେ ମୋତେ ଖୁବ୍ କଷ୍ଟ ଲାଗିଲା । ମୁଁ ମୋ ମାଇଁଙ୍କ ରୋଷେଇ ଘରୁ ଗୋଟିଏ ଥାଳିରେ ଭାତ ଡାଲି ସନ୍ତୁଳା ନେଇ ତା ପାଖରେ ପହଞ୍ଚି ଗଲି । ତାକୁ ବହୁତ ଅନୁରୋଧ କଲି ଖାଇବା ପାଇଁ କିନ୍ତୁ ସେ ମୋତେ ସଫା ସଫା ମନା କଲା ଖାଇବା ପାଇଁ । କାହିଁକି ନା ଅନିତା ଜାଣିଲେ ତାକୁ ଖୁବ ମାରିବ ସେଇ ଭୟରେ ସେ ଖାଇବା ପାଇଁ ମନା କରୁଥିଲା । ବାପା ଭାଇ ଓ ମା ସୁରଥ ରେ ରୁହନ୍ତି । ଅନିତା ସଙ୍ଗୀତା ଓ ଅମ୍ବିକା ର ଦେଖାଶୁଣା କରେ ଭାରି କୃପଣ ଝିଅ ଟିଏ । ଶାଶୁଘରେ ରହିଲେ ଖର୍ଚ୍ଚ ଅଧିକ ହେବ ଆଉ ଶାଶୁ ଶଶୁରଙ୍କ ପାଖରେ ଅଧିକ ଖର୍ଚ୍ଚ ହେବ ଭାବି ସ୍ବାମୀ ସୁରଥ ଚାଲିଯିବା ପରେ ସେ ଚାଲି ଆସେ ଦୁଇ ଭଉଣୀଙ୍କୁ ଦେଖାଶୁଣା କରିବା ବାହାନାରେ । କିନ୍ତୁ ତାର ମୂଳ ଲକ୍ଷ୍ୟ ଯେମେତି ବି ହେଉ କିଛି ଟଙ୍କା ସଞ୍ଚୟ କରିବା ବାପା ଘରେ ରହି । ମୁଁ ସବୁ କିଛି ଜାଣି ବି ନିରୁପାୟ କାହିଁକି ନା ସମ୍ପର୍କରେ ମୁଁ ସେମାନଙ୍କ ପିଉସୀ ପୁଅ ଭାଇ ।  କହିବାର ଅଧିକାର କିଛି ନାହିଁ । ମୁଁ ଯେବେଠୁ ନିଜକୁ ଚିହ୍ନି ଛି ସେବେଠୁ ସଙ୍ଗୀତା କୁ ଭଲ ପାଉଛି ଖୁବ ନିକଟରୁ ମୁଁ ତାକୁ ପାଗଳ ପରି ତାକୁ ଭଲ ପାଏ ।କିନ୍ତୁ କହିବ ପାଇଁ ମନରେ ସାହସ ପାଏ ନାହିଁ । ଯେବେବି ତାଙ୍କ ଘରକୁ ଯାଏ ମୋର ଅଧିକ ସମୟ ସଙ୍ଗୀତ ସାଙ୍ଗରେ କଥା ବାର୍ତ୍ତା ହୋଇ ବିତେ । ସମସ୍ତେ ମୋତେ ଚିଡାନ୍ତି ସଙ୍ଗୀତା ପ୍ରତି ମୋର ଅନାବିଳ ସ୍ନେହ ଦେଖି । ସଙ୍ଗୀତା ଖୁବ ଶାନ୍ତ ସୁଧାର ଆଉ ଖୁବ କମ କଥା କହୁଥିବା ଝିଅ ଖଣ୍ଡେ । ତାର ସେଇ ଶାନ୍ତ ସ୍ଵଭାବ ମୋତେ ତା ନିକଟକୁ ଟାଣି ନେଇଥିଲା ।  ନୂଆଁ ଯୌବନ ରେ ସେ ପାଦ ଦେଇ ସାରିଥାଏ । ତାର ଭାଇ ହୃଷୀକେଶ ମୋର ଜଣେ ଅନ୍ତରଙ୍ଗ ସାଙ୍ଗ ଆଉ ବଡ ଭାଇ ଭାବରେ ମୁଁ ତାଙ୍କୁ ଖୁବ ଭଲ ପାଏ ଆଉ ଭୟ ମଧ୍ୟ କରୁଥିଲି ।  ହୃଷିକେଶ ଭାଇ ମଧ୍ୟ ମୋତେ ଖୁବ ଭଲ ପାଉଥିଲେ । ଆଉ ସବୁ ଭଲ ମନ୍ଦ ବିଷୟରେ ମୋଠାରୁ ପଚାରି ବୁଝୁଥିଲେ । ସେ ନିଜେ ମୋତେ ସଙ୍ଗୀତା ର ଭଲ ମନ୍ଦ ବୁଝିବା ପାଇଁ ବେଳେବେଳେ ତାଙ୍କ ଘରକୁ ଯିବା ପାଇଁ ଅନୁରୋଧ କରୁଥିଲେ । ସଙ୍ଗୀତା ର ବୋଉ ଆଉ ବାପା ମଧ୍ୟ ମୋତେ ଅଧିକ ସ୍ନେହପୂର୍ଣ୍ଣ ବ୍ୟବହାର ମଧ୍ୟ କରୁଥିଲେ । ମୁଁ ସବୁ ସମୟରେ ସଙ୍ଗୀତା ବିଷୟରେ ଭାବି ନିଜକୁ ଗର୍ବିତ ମନେ କରୁଥିଲି। ଯାହାକୁ ମୁଁ ଜୀବନ ଦେଇ ଭଲ ପାଏ ସେ କେତେ ନୀରିହ କେତେ ସରଳ ଓ ସହନ ଶକ୍ତିର ଅଧିକାରିଣୀ । ମୁଁ ସବୁ ସମୟରେ ନିଜର ମନ କଥା ମୋର ପ୍ରାଣ ପ୍ରିୟା ଆଗରେ ପ୍ରକାଶ କରିବା ପାଇଁ ନିଜ ଭିତରେ ସାହସ ଯୋଗାଡ଼ କରିବାରେ ଲାଗି ପଡି ଥିଲି । ହଠାତ ଦିନେ ସନ୍ଧ୍ୟା ସମୟରେ ମୁଁ ତା ବୋଉର ଉପସ୍ଥିତିରେ ତାକୁ ମୋର ମନ କଥା ଲେଖା ଆକାରରେ ଜଣାଇ ଦେଲି । ସେ ମୋତେ ଏ ଗୁଡାକ ଭଲ କାମ ନୁହେଁ ବୋଲି ମୁଁହରେ ଜବାବ ଦେଲା ମୋତେ ଡର ମାଡୁଥାଏ କାଳେ ସେ ତା ବୋଉକୁ ମୋ ବିଷୟରେ କହିବ ଭାବି । ମୁଁ ମୋ ମୋବାଇଲ ନମ୍ୱର୍ ତାର ଗୋଟିଏ ଖାତାରେ ତାର ଉପସ୍ଥିତି ରେ ଲେଖି  ଦେଇ ଗାଁ କୁ ଚାଲି ଆସିଲି । ଆଉ ଅପେକ୍ଷା କଲି ତାର ଉତ୍ତର ଶୁଣିବା ପାଇଁ । ଦୀର୍ଘ ଚାରି ଦିନର ଅପେକ୍ଷା ପରେ ସେ ମୋତେ ଫୋନ କଲା । କିନ୍ତୁ କିଛି କହିଲା ନାହିଁ । ଖାଲି ହସି ଦେଇ ଫୋନ ରଖି ଦେଲା । ମୁଁ ଆଶା ଓ ଆଶଙ୍କାରେ ରହି ଗଲି । କିଛି ଦିନ ପରେ ମୁଁ ପୁଣି ତାଙ୍କ ଗାଁକୁ ଗଲି ବ୍ୟାଙ୍କ୍ ବାହାନାରେ । ସେଇ ଦିନ ସେ ନିଜ ଇଛା ମୋ ଆଗରେ ପ୍ରକାଶ କଲା । ମୋତେ ଭଲ ପାଏ ବୋଲି ଓଠ ଖୋଲି କହିଲା । ମୋ ଆନନ୍ଦର ସୀମା ରହିଲା ନାହିଁ । ଆରମ୍ଭ ହେଲା ମୋ ଜୀବନର ସବୁଠାରୁ ଖୁସି ଆଉ ବିନାସର ସମୟ  ମୁଁ ସବୁ କିଛି ଭୁଲି ସବୁ ସମୟରେ ଅପେକ୍ଷାରେ ରହିଲି ସଙ୍ଗୀତା ର ଫୋନ୍ କଲ୍ ପାଇଁ । ନିଜର ଖାଇବା ପିଇବା ଭୁଲି ପାଗଳ ପରି କେବଳ ତା ସହିତ କଥା ହେବାକୁ ଲାଗିଲି  ବୋଉ ସନ୍ଦେହ କରୁଥିଲା ମାତ୍ର ମୋର ଅନେକ ଝିଅ ସାଙ୍ଗ  କଲେଜ ରେ ଅଛନ୍ତି ଆଉ କିଏ କେତେବେଳେ ଫୋନ କରନ୍ତି ଭାବି ବୋଉ ମୋତେ କିଛି କହି ପାରୁନଥିଲା ।

ସମୟ ସବୁ ଦିନ ଭଲରେ ଯାଏନି । ମୋ ପ୍ରେମ କାହାଣୀ ସବୁଠି ଧୀରେ ଧୀରେ ଚର୍ଚ୍ଚା ହେବାକୁ ଲାଗିଲା । ବାଟ ଘାଟ ସବୁଠି ମୋରି ବିଷୟରେ ଲୋକ ମାନେ କଥା ହେବାକୁ ଲାଗିଲେ । ବୋଉ ବି ଥରେ ଦି ଥର ମୋ କଲ ରିସିଭ କରି ସଙ୍ଗୀତା ସହିତ କଥା ହେଇଛି କିନ୍ତୁ ସଙ୍ଗୀତା ବୋଲି ସେ ଜାଣି ପାରିନି । ମାତ୍ର ଦୁଇ ମାସ ପରେ ମୋର ଯୁକ୍ତ ତିନି ଶେଷ ପରୀକ୍ଷା ସେଥି ପ୍ରତି ମଧ୍ୟ ମୋର ନିଘା ନଥାଏ । ସମସ୍ତେ ଭାବୁଥିଲେ ମୁଁ ନିଶ୍ଚୟ ଭାବରେ ଫେଲ ହେବି । କିନ୍ତୁ ମୁଁ ପୂର୍ବରୁ ବିଗତ ତିନି ବର୍ଷର ପ୍ରଶ୍ନ ପତ୍ର ଓ କିଛି ସମ୍ଭାବିତ ପ୍ରଶ୍ନ ମଧ୍ୟ ଅଭ୍ୟାସ କରି ସାରିଥିଲି । ଭଗ୍ୟଦେବତି  ମୋତେ ସହା ହେଲେ । ମୁଁ ଯୁକ୍ତ ତିନି ଶେଷ ବର୍ଷ ଆସ୍କା ବିଜ୍ଞାନ ମହାବିଦ୍ୟାଳୟ ର ଇତିହାସ ବିଭାଗର ଶୀର୍ଷ ସ୍ଥାନ ଅଧିକାର କରି ପ୍ରଥମ ଶ୍ରେଣୀ ରେ ପାସ ହେଲି । ଘରେ ସମସ୍ତେ ଖୁସି କିନ୍ତୁ କେବଳ ମୋର ମଝିଆ ଭାଇଙ୍କ ବ୍ୟତୀତ । କାରଣ ସେ ଜାଣନ୍ତି ମୋର ପାରିଲା ପଣ କେତେ ଆଉ ମୁଁ କିପରି ସ୍ୱଭାବର  । ପରିଶେଷରେ ସଙ୍ଗୀତା ର ଭାଇ ହୃଷୀକେଶ ବାହାଘର ପାଖେଇ ଆସିଲା । ସେ ନିଜର ବାହାଘର ସମୟରେ ମଧ୍ୟ ମୋତେ ସବୁ ବିଷୟରେ ପଚାରି ବୁଝନ୍ତି । କୋଉଠୁ ବାଣ କୋଉଠୁ ଡିଜେ କୋଉଠୁ ରୋଷଇ କାରିଗର   ସବୁ ବିଷୟ ମୋତେ ପଚାରି କରନ୍ତି । ମୁଁ ତାଙ୍କୁ ସବୁଠୁ ଶସ୍ତା ଯୋଉଠି ହୋଇ ପାରିବ ସେ ଠିକଣା ଦିଏ । ସବୁ କିଛି ସରିଲା ବାହାଘର ଦିନ ପାଖେଇ ଆସିଲା । ସଙ୍ଗୀତା ମୋତେ ତା ଭାଇ ବାହାଘର ଦିନ ପାଇ ସ୍ଵତନ୍ତ୍ର ପୋଷାକ ମଧ୍ୟ କିଣି ଆଣି ଦେଇଥିଲା । ମୁଁ ଜୀବନରେ କେବେ କହ ବାହାଘର ରେ ନାଚି ନଥିଲି କିନ୍ତୁ ପ୍ରଥମ ଥର ମୁଁ ନାଚ ଶିଖିବା ପାଇଁ ଆସ୍କା ର ଏକ କ୍ଲବ କୁ ଯାଇ ଥିଲି ଖାସ୍ ସଙ୍ଗୀତ ମନ ଖୁସି କରିବା ପାଇଁ । ବାହାଘର ଦିନ ମୁଁ ସଙ୍ଗୀତା ପାଇଁ ଗଜରା ହାର ଆଉ ଆଇସକ୍ରିମ ଆଣି ଥିଲି ପାଖ ପାଖି ୧୦୦୦ ଟଙ୍କା ସେଇ ବାବଦରେ ଖର୍ଚ୍ଚ ହୋଇ ସାରିଥିଲା ମୋର । ଆଉ ମୋର ମାଙ୍କଡ ନାଚ ଦେଖି ମୋ ବୋଉ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । କାରଣ ମୋ ବୋଉ ତା ପୁଅ କୁ ପ୍ରଥମ ଥର ନାଚିବା ଦେଖିଥିଲା ।   ବାହାଘର ସରିଲା । ଆଉ ଘନେଇ ଆସିଲା ମୋ ପ୍ରେମ ଜୀବନର ଅନ୍ତିମ ସମୟ । ସଙ୍ଗୀତା ଆଉ ମୋର କିଛି ଅନ୍ତରଙ୍ଗ ବାର୍ତ୍ତା ମୋବାଇଲ ରୁ ପଢି ଦେଇଥିଲେ ନୂଆଁ ଭାଉଜ । ଆଉ ଏଇ କଥା ଜାଣିବା ପରେ ସଙ୍ଗୀତା ଉପରେ ଆରମ୍ଭ ହୋଇ ଯାଇଥିଲା ଅତ୍ୟାଚାର ବୋଲି ସେ ଯାହା ମୋତେ ବାର୍ତ୍ତା ଦେଇଥିଲା କିନ୍ତୁ ତାହା ସତ କି ମିଛ ମୁଁ ଜାଣିବା ପାଇଁ ଚେଷ୍ଟା କରି ନଥିଲି । ଅନ୍ଧ ଥିଲି ତାର ପ୍ରେମରେ ସେ ଯାହା କହୁଥିଲା ମୁଁ ଆଖି ବନ୍ଦ କରି ବିଶ୍ୱାସ କରି ନେଉ ଥିଲି । ଅତ୍ୟାଚାର ଅଧିକ କଥା ଶୁଣି ମୁଁ ତା ଭାଇଙ୍କୁ ଧମକ ପୂର୍ଣ୍ଣ ବାର୍ତ୍ତା ମଧ୍ୟ ପ୍ରେରଣ କରିଥିଲେ । ଶେଷରେ ମୁଁ ନିଷ୍ପତି ନେଲି ସଙ୍ଗୀତା ସହ ମୋର ବାହାଘର ଠିକ୍ କରି ରଖି ଦେବା ପାଇଁ । ମୁଁ ମୋ ବୋଉ ଆଗରେ ପାଗଳ ପରୀ ବ୍ୟବହାର କରିଲି ଆଉ ବୋଉକୁ ବାଧ୍ୟ କଲି ସଙ୍ଗୀତା ଘରକୁ ଯାଇ ଆମ ଦୁଇ ଜଣଙ୍କ ବାହାଘର ଠିକ୍ କରିବା ପାଇଁ । କିଛି ବିବାଦୀୟ ମନ୍ତବ୍ୟ ପାଇଁ ସଙ୍ଗୀତା ର ବାପା ବାହାଘର ପାଇଁ ମୋ ବୋଉ କୁ ସଫା ସଫା ମନା କରି ଦେଇଥିଲେ । ସଙ୍ଗୀତା କିନ୍ତୁ ମୋତେ କି ମୁଁ ସଙ୍ଗୀତା କୁ କୌଣସି ପରିସ୍ଥିତି ରେ ଛାଡ଼ିବା ପାଇଁ ରାଜି ନଥିଲୁ । ସଙ୍ଗୀତା ତାର ପରିବାର ଲୋକଙ୍କ ଅନୁପସ୍ଥିତି ରେ ମୋ ସହ ବାର୍ତ୍ତାଳାପ କରେ । କେହି ଜାଣି ପାରି ନଥାନ୍ତି । ସଙ୍ଗୀତା ମୋତେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ବାଧ୍ୟ କରୁଥିଲା । 
ମୁଁ ଘର ଲୋକଙ୍କ ଅନୁମତି ନେଇ ବ୍ରହ୍ମପୁର ସହରକୁ ଚାଲି ଗଲି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ । କିନ୍ତୁ ମନ ଘର ଧରିଲା ନାହିଁ । ପଢ଼ା ପଢି ସମ୍ପୂର୍ଣ ଭାବରେ ହୋଇ ପାରିଲା ନାହିଁ ଖାଲି ସଙ୍ଗୀତା ମୁଁହ ମୋ ଆଖି ଆଗରେ ନାଚି ଉଠିଲା । କିଛି ଦିନ ପରେ ମୋର ବଡ଼ ଭାଇଙ୍କ ବାହାଘର ପାଇଁ ମୁଁ ଗାଁକୁ ଆସିଲି । ଭାଇ ବାହାଘର ଶେଷ ହେବା ପରେ ଘର ପରିସ୍ଥିତି ଦେଖି ମୁଁ ଆଉ ପାଠ ପଢିବି ନାହିଁ ବୋଲି ସ୍ତିର କଲି । ଆଉ ସୁଦୂର ବାଙ୍ଗାଲୋର ଗ୍ରସ୍ତ କାଲି କିଛି ପ୍ରାଇଭେଟ୍ ଚାକିରୀ ଆସା ନେଇ । ସେଠାରେ ଯାଇ ମୁଁ ଆମଜନ୍ କମ୍ପାନୀ ରେ ଜଣେ ପ୍ୟାକର ମ୍ୟାନ ଭାବରେ କାମ କରିଲି । କାରଣ ମୋର ଅଭିଳାଷ ଥିଲା ଯେମିତି ହେଉ ପଛେ ମୁଁ ସଙ୍ଗୀତା କୁ ହାସଲ କରିବି ।

କିନ୍ତୁ ନିୟତି ର ନିର୍ଦ୍ଦେଶ ଅନ୍ୟ କିଛି ଥିଲା । ଏଇ ଭିତରେ ସଙ୍ଗୀତା ପାଇଁ ବିବାହ ପ୍ରସ୍ତାବ ଆସିଲା ତାଙ୍କରି ଗାଁ ର ଜଣେ ପୁଅ ସହିତ ଶୁଣିବା ମାତ୍ରକେ ମୁଁ ଚାକିରୀ ଛାଡ଼ି ସିଧା ସଳଖ ଭାବରେ ଗାଁ କୁ ଫେରି ଆସି ଅନୁ ସନ୍ଧାନ କରିଲି ଆଉ ସଙ୍ଗୀତା ର ମତାମତ ନେଲି । ସଙ୍ଗୀତା ସେଇ ପ୍ରସ୍ତାବ ଭାଙ୍ଗି ଦେବା ମୋତେ ଅନୁରୋଧ କରିଥିଲା । କିନ୍ତୁ ମୁଁ ତାକୁ ବହୁତ ବୁଝାଇବା ପାଇଁ ଚେଷ୍ଟା କରିଲି । ପରି ଶେଷରେ ମୋର କିଛି ସାଙ୍ଗ ମୋତେ କହିଥିଲେ ସେଇ ବାହାଘର ପ୍ରସ୍ତାବ ଭାଙ୍ଗିବା ପାଇଁ ସାହାଯ୍ୟ କରିବେ । ଜଣେ ସାଙ୍ଗ ସେଇ ପୁଅର ମୋବାଇଲ ନମ୍ବର ଆଣି ଦେଇଥିଲା । ଆଉ କିଛି ସାଙ୍ଗ ମୋ ଅଜାଣତରେ ସେଇ ପୁଅକୁ ଧମକ ଚମକ ମଧ୍ୟ ଦେଇଥିଲେ ସେଇ ବାହାଘର ଭାଙ୍ଗିବା ପାଇଁ ।କିନ୍ତୁ କଥା କିଛି ଅଲଗା ପ୍ରକାରର ଥିଲା । ସଙ୍ଗୀତା ସେଇ ବାହାଘର ପାଇଁ ସଂପୂର୍ଣ୍ଣ ଭାବେ ରାଜି ହୋଇ ଯାଇ ସାରିଥିଲା । ଆଉ ସେଇ ପୁଅ କୁ ମୋ ବିରୁଦ୍ଧରେ ବହୁତ କିଛି କହି ଥିବା କଥା ସେ ପୁଅ ମୋ ସାଙ୍ଗ ମାନଙ୍କୁ କହିଥିଲା । ଶୁଣିବା ମାତ୍ରକେ ମୋର ରାଗ ବଢ଼ି ଗଲା । ମୁଁ ସିଧା ଯାଇ ପହଞ୍ଚିଲି ସଙ୍ଗୀତା ଘରେ ଆଉ ତା ବାପାଙ୍କୁ ଧମକ ପୂର୍ଣ୍ଣ ଏକ ଚିଠି ଦେଇ ସିଧା ଆଗେଇ ଆସିଲି ଆମ ଘରକୁ । ମୁଁ ଭାବିଥିଲି ସେ ମାନେ ମୋ ଧମକ ରେ କିଛି ପ୍ରଭାବିତ ହେବେ କିନ୍ତୁ କିଛି ଲାଭ ହେଲା ନାହିଁ । ପରି ଶେଷରେ ତା ଭାଇ ହୃଷୀକେଶ ମୋତେ ବଦନାମ କରିବା ପାଇଁ ଫେସବୁକ୍ ର ସାହାରା ନେଇ ସେଥିରେ ସଙ୍ଗୀତା ର ଗୋଟିଏ ଫଟୋ ଦେଇ ଗୋଟିଏ ଆକାଉଣ୍ଟ୍ ଖୋଲି କଣ ଲେଖିଥିଲା ମୁଁ ପଢି ନଥିଲି । ଯାହା ମୋ ସାଙ୍ଗ ମାନେ ମୋତେ କହି ଥିଲେ । କିଛି ସମୟ ପରେ ମୋତେ ଗୋଟିଏ ଧମକ ପୂର୍ଣ୍ଣ କଲ୍ ଆସିଲା ହୃଷୀକେଶ ମହାଶୟଙ୍କ ମୋବାଇଲ ରୁ । ମୁଁ କିଛି ବୁଝିବା ଆଗରୁ ଖୁବ ଗାଳି ଆଉ ସଙ୍ଗୀତା ମଧ୍ୟ ମୋତେ ଅଶ୍ଳୀଳ ଭାଷାରେ ଗାଳି ଦେଲା । ଯେତେ ବେଳେ ଫୋନ କଟିଲା ମୁଁ ଚେକ୍ କରିବା ସମୟରେ ସଙ୍ଗୀତା ନାମରେ କୌଣସି ଆକାଉଣ୍ଟ୍ ନଥିଲା । ରାତି ହୋଇ ଯାଇଥିବାରୁ ମୁଁ ତାଙ୍କ ଗାଁ କୁ ଯାଇ ପରି ନଥିଲି । ପର ଦିନ ମୁଁ ଯେତେବେଳେ ତାଙ୍କ ଗାଁକୁ ଗଲି ।କିଛି କହିବା ଆଗରୁ କିଛି ଲୋକ ମୋର ଚାରି ପାଖରେ ଘେରି ଯାଇ । ମୋତେ ମାଡ଼ ମାରିବାକୁ ଆରମ୍ଭ କରି ଦେଲେ । ଆଉ ମୁଁ ହୋଇଗଲି ସମସ୍ତଙ୍କ ଆଗରେ ଦୋଷୀ । ମୁଁ ଜାଣି ପାରିଲିନି କାହିଁକି ମୋ ସହ ଏମିତି ହେଲା । ମୋ ଭଲ ପାଇବାରେ କିଛି ଭୁଲ ରହି ଗଲା ନା ସଙ୍ଗୀତା ମୋ ସହ ଛଳନା କରୁଥିଲା । ଆଜି ମୁଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ରେ ସଫଳତା ହାସଲ କରି ବେକାର ହୋଇ ବସିଛି । ସଙ୍ଗୀତା ବାହା ହୋଇ ତାର ସୁଖ ସଂସାର କରୁଛି । ମୁଁ ବୁଝି ପାରୁନାହିଁ ସତ ଭଲ ପାଇବା ମାନେ କଣ କଷ୍ଟ ସହିବା । ନା ଧନ ସମ୍ପତି ଆଗରେ ସତ ଭଲ ପାଇବାର କିଛି ମାନେ ନାହିଁ।

ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ

0 Comments