"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଆଜିର ଦୃଶ୍ୟ - ମହେଶ୍ୱର ଦାଶ

ଆଜିର ଦୃଶ୍ୟ - ମହେଶ୍ୱର ଦାଶ


ଅସୁମାରୀ ସ୍ୱାର୍ଥ ପୃଷ୍ଟ ଭାଷଣ ,ଆଉ
ଅଶ୍ଳୀଳ ସଂଗୀତଙ୍କ ଭିଡ ଭିତରେ
ହଜିଯାଉଛି ଆପ୍ତପୁରୁଷଙ୍କ ମଧୁମୟ ବାଣୀ
ନାରୀ ଧର୍ଷଣ ,ଗଣ ହତ୍ୟା,ଭୃଣ ହତ୍ୟା ,
ଲୁଟତରାଜ ଓ ପୋଡାଜଳା ର ଵୀଭତ୍ସତା
ମାନବିକତା କୁ ଘୋଷାରି ନେଉଛି ମଶାଣୀ
ନଦୀରେ ,ସମୁଦ୍ରରେ ,ପବନରେ ଆଜି
ସ୍ୱାର୍ଥର ନୀଳ ବିଷ ଯାଉଛି ସଂଚରି
ଶୁଣିବାକୁ କେହି ନାହାନ୍ତି ହାରି ଗୁହାରି
ଆକାଶ ,ପୃଥିବୀ ଚାରିଆଡେ ଶୁଭୁଛି
ଅଗଣିତ ଭୁଭୁକ୍ଷୁ ଓ ବିପନ୍ନଙ୍କ ଆର୍ତ୍ତ ଚିତ୍କାର
ଧର୍ମ ,ଜାତି ଓ ଆଞ୍ଚଳିକତାର ଦ୍ଵାହିଦେଇ
କ୍ରମେ ଗଢି ଉଠୁଛି ମଣିଷ ମଣିଷ ଭିତରେ
ବିଭେଦର ମେଘନାଦ ପ୍ରାଚୀର
ଘୃଣା ,ସନ୍ଦେହ ,ଈର୍ଷା ଓ ପ୍ରତାରଣାର
ବୁଢିଆଣୀ ଜାଲ ଭିତରେ ଲଟକି ଯାଇ
ଛଟପଟ ହେଉଛନ୍ତି ପ୍ରେମ, ବିଶ୍ୱାସ ଓ ସଂପ୍ରୀତି
ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ବ୍ୟାପିଛି ଭୟ ଓ ଭ୍ରାନ୍ତି
ଏମିତି ବେଳାରେ ଅପେକ୍ଷା ଖାଲି ଗୋଟେ ମହାନାୟକର
ଯେ ପାରିବ ଗୋଡ଼ରେ ଆଡେଇ ଏ ସବୁ ଅନ୍ଧାର
ଆଉ ବିଞ୍ଚି ପାରିବ ଆଲୋକ ବିଭିର୍ନ୍ନ ରଙ୍ଗର I 

ମହେଶ୍ୱର ଦାଶ, ନରସିଂହପୁର ଶାସନ, କେନ୍ଦୁଝର

0 Comments