OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସ୍ମୃତିର ପରବ ବିବାହ ବାର୍ଷିକ - ସଦାନନ୍ଦ ସାହୁ

ସ୍ମୃତିର ପରବ ବିବାହ ବାର୍ଷିକ - ସଦାନନ୍ଦ ସାହୁ



ବିବାହ ବାର୍ଷିକ ସ୍ମୃ୍ତିର ପ୍ରତୀକ 
ପ୍ରେମର ସୌହାର୍ଦ୍ଦ୍ୟ ପର୍ବ ,
ଦାମ୍ପତ୍ୟ ସମୃଦ୍ଧି ଅରଜଇ ଖ୍ଯାତି
ନିଆରା 'ଏ' ଅନୁଭବ ! !

ଆହେ ପ୍ରିୟତମ ସୁଜିତ ପରାଣ
ଅଛ ନାଥ ବହୁ ଦୂରେ ,
ମୁଁ'ତୁମ ରୋଶନୀ ରେଶ୍ମା ଅର୍ଦ୍ଧାଙ୍ଗିନୀ
ଆଜି କାହିଁ ବେଶି ଝୁରେ !?!

ଦେଶ ମାତୃକାର ତୁମେ ସୁନାପୁଅ
ସାମରିକ ଯନ୍ତ୍ର ଯନ୍ତ୍ରୀ ,
ଶୁଭ ଅବକାଶେ ଆସିଲନି ସତେ
ଉଚ୍ଛୁଳି ପଡୁଛି ସ୍ମୃ୍ତି ! !

ଚତୁର୍ଥ ବରଷ ବିବାହ ପରବ
ପାଳୁଛି ମୁଁ' ଧନ ଏକା ,
ଦିବାନିଶି ସତେ ତୁମ ଛବିଭାସେ
ଛୁଟି ଆଉଥରେ ଲେଖା ! !

ତବ ଆଶିର୍ବାଦେ ଅଛି ମୁଁ ' କୁଶଳେ
ସ୍ନେହଁ ଶିଳା କୁଳ ବଧୂ ,
ଏ'ସାହୁ ପରିବାର ପୁକୁସୁଙ୍ଗା ଗର୍ବ
ଦେଶ ମାତୃକାର ବନ୍ଧୁ ! !

ମୋ'ଶାଶୁ ଶ୍ଵଶୁର ଦୟାର ସାଗର
ଅଜାଡନ୍ତି ନିତି ପ୍ରୀତି ,
ଶାଶୁ ନୁହେଁ ମାତା ସୁରେଖା ସମ୍ପଦା
ସ୍ନେହଁ ତାଙ୍କ ଅସରନ୍ତି ! !

ପିତା ଜୟ କୃଷ୍ଣ କଲ୍ୟାଣେ ବିମୁଗ୍ଧ
ପୁକୁସୁଙ୍ଗା ଦୀପ୍ତିମାନ ,
ନିଆରା ମନ୍ଦିର ସ୍ଵର୍ଣ୍ଣୀମ ଆବାସ
ସାହୁ ପରିବାର ଧନ୍ୟ ! !

ସୁଯୋଗ୍ୟ ସନ୍ତାନ ଦେଶ ମାତୃକାର
ଫଉଜ ପରାଣ ମିତ ,
ସଭିଁଏ ସୈନିକ ଆମରି ସୌଭାଗ୍ୟ
ଦେଶ ପାଇଁ ସମର୍ପିତ ! !

ମୋ'ଦିଅର ଅଜି ହୃଦୟେ ଦରଦୀ
ଜାଆ ମୋର ମିନୁ ମାଆ
ସ୍ନେହଁସରାଗିନି ସତେ ମୋ' ଭଗିନୀ
ଆହାକି ମୋ' ଭାଗ୍ୟ ଆହା ! !

ସବା ସାନ ଧନ ସ୍ଵାଗତ ବିଭବ
ମୋ'ଗେହ୍ଲା ଦିଅର ମଣି
ପଠନ ପାଠକ ଦୀପ୍ତିମାନ ଦୀପ
ସଭିଁଙ୍କୁ କରିଛ ଋଣୀ ! !

ହେ' ପ୍ରିୟ ସୁଜିତ ସମର୍ପଣ ମିତ
ମୁଁ'ଯେ' ତୁମ ରେଶ୍ମା ରାଣୀ ,
ଅଚିରେ ପାଳିବା ବିବାହ ବାର୍ଷିକ
ସରାଗେ ଆସିବ ଜାଣି ! !

ବୈଶାଖ ତେଇଶ ସ୍ମୃତିର ଦିବସ
ଭାସି ଉଠେ ସ୍ମୃ୍ତି ଛବି ,
ବିବାହ ବେଦୀର ଅଭୁଲା ସେ'ଦିନ
ଭରିଥିଲ ମୋର ସିନ୍ଥୀ ! !

ଜଗତର ନାଥ ଦିଅହେ' ଆଶିଷ
ଫଉଜ କାନ୍ତକୁ ମୋର ,
ସମୃଦ୍ଧି ପରବ ସୌଭାଗ୍ୟ ବିଜୟ
ସ୍ମୃତିର ଅଲିଭା ଗାର ! !

ଛତ୍ରଛାୟା ତଳେ ରଖ ଜଗନ୍ନାଥେ
କରୁଛି ବିନତୀ ଅଳି
ସାହୁ ପରିବାର ଏ' ମାଟିର ମହକ
ତୁମ୍ଭରି ସ୍ଵୀକୃତ ମଣି ! !

ସଦାନନ୍ଦ ସାହୁ, କାରା କର୍ମଚାରୀ,
ଚୌଦ୍ଵାର , କଟକ 
Writer's Details: sadananda sahoo , dhurusia , cuttack
Content Category:
Submission Date: Apr 23, 2019

0 Comments