ତଥାପି - ତପନ ଦୀକ୍ଷିତ (ବେଳାଭୂମି)

ତଥାପି - ତପନ ଦୀକ୍ଷିତ (ବେଳାଭୂମି)



ଦୂର ଚକ୍ରବାଳେ ଦେଖ….
ଏକାକାର ଅବନୀ ମେଦିନୀ
ବିପରୀତ ଭାଗ୍ୟନେଇ ବିତଇ ରଜନୀ
ମୃତ୍ୟୁ ଦେହେ ଲେଖେ ବସି ସଞ୍ଜିବନୀ ମନ୍ତ୍ର
ବାସନାର ମାନସୀଟା ବିଭତ୍ସ ନିର୍ବସ୍ତ୍ର,
ଶକୁନି ବାହୁନେ ବସି ଶବଦେହ ପାଶେ
କାଳର କରାଳ ରୂପ ସ୍ମିତହାସ୍ୟ ହସେ,
ଓଁକାର ଦେହରେ ପାପ ଅଜଗର ସାଜେ
ନିଶ୍ୱାସରେ ବିଶ୍ୱାସଟା ରାମନାମ ଭଜେ ,
ମନର ସାନ୍ଦ୍ରତା ଛୁଇଁ ସ୍ୱପ୍ନ ଫେରିଯାଏ
ତଥାପି …
ଜାଣେନା କାହିଁକି ଆଜି………….
ହୃଦୟଟା ବାରମ୍ବାର ତୁମ ନାମ କୁହେ ||

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

0 Comments