ମନେ ପଡେ ପିଲା ଦିନର
ସେ ବାରୁଣୀ ସ୍ନାନ
ପାଦେ ଚାଲି ଚାଲି ଯାଉ ଥିଲୁ
ଜେଜେ ମାଙ୍କ ସହ
ପାଣ୍ଡବ ଘାଟେ ବସେ ମେଳା
ବଙ୍ଗୋପ ସାଗର କୂଳେ
କିସୁନ୍ଦର ଲାଗେ ସେ ଦୃଶ୍ୟ
ଦେଖି ଦେଲେ ଥରେ
ଜାତିଜାତି ଚିଜର ଲଗିଥାଏ
ସମ୍ଭାର ବିପଣୀର
ମନ ଛକପକ କିଣିବାକୁ ସବୁ
ହୃଦ ହୁଏ ଆତୁର
ସାରା ଗାଁ ରାତି ଅଧରୁ
ହୋଇ ଦଳଦଳ
ଯାତ୍ରା ଏ ବାରୁଣୀ ପାଇଁ
ହୁଅନ୍ତି ବ୍ୟାକୁଳ
ଯେତେ ଖୋଜିଲେବି ସେ ମଜା
ଆଉ ମିଳୁ ନାହିଁ
ସେ ସପନର ଘଡିକୁ କିଏ
ନେଇଛି ଚୋରାଇ
ପଥଶ୍ରମ ସହ
ସାଙ୍ଗ ସାଥି ମେଳେ ମସ୍ତି
ଜେଜେମାର ଆକଟ
ବାପାଙ୍କ ଥିଲା ନାଲି ଆଖି।
କେତେ ଭଲଥିଲା
ଆଜି ସବୁ ଲାଗୁଛି ସ୍ବପ୍ନ ପରି
ଭୁଲିବି ହେଉନି
ଆଖି ଆଗରେ ଗୋଟି ଗୋଟି
ଯାଉଛି ଚହଲି
ଦଳ ଦଳ ହୋଇ
ଯେତେ ଦୁର ଚାଲିଲେବି
ଲାଗେନି ପଥକଷ୍ଟ
ସମୁଦ୍ର ପାଣିରେ ଗାଧୁଆ
ମନେ ଭରେ ସନ୍ତୋଷ ।
ସାଥି ହୋଇ ଭଲଲାଗେ
ଖାଇବାକୁ ବରଫର ଗୋଲା
ଲେମ୍ବୁ ପାଣି ସରବତ
ବୁଟଭଜା ଆଉ ଚଣା ଉଖୁଡା।
ଅମୃତ ପରି ଲାଗେ ନେଇଥିବା ମୁଢି
ସହ କିଣା ଆଳୁ କସା
ଖାଇ ବସୁ ଝାଉଁ ଗଛ ଆଢୁଆଳେ
ଆହାକି ସେ ମଜ୍ଜା
ଆଜି ସେ ଆନନ୍ଦ
ତାରକା ହୋଟେଲରେ ନାହିଁ
ପୁଣିଥରେ ସେ ପିଲା ଦିନ
କିଏ ଦିଅନ୍ତା ଫେରାଇ ।
ଦିନ ଗଡି ଗଲେ
ଫେରିବାକୁ ଲାଗେ ଭାରି କଷ୍ଟ
ମେଳା ପାଖରେ ଥାଏ ମନ
ଦେହ ହୁଏ ଅବସ।
ଇଛା ହୁଏ ସବୁ ଦିନେ
ରହି ଯାଆନ୍ତି ଏଠି
ସୁନେଲି ବାଲୁକା ଆଢୁଆଳେ
ତା ଭବ୍ୟରୁପ ଦେଖନ୍ତି ନିଇତି
ସଂଜ ପୂର୍ବରୁ ଆମେ ସବୁ
ହୋଇ ସାରିଥାନ୍ତି ଏକଯୁଟ
ଜଣେପରେ ଜଣେ ଫେରିବାକୁ
ହେଉଥାନ୍ତି ପ୍ରସ୍ତୁତ
ଅବସ ବଦନ ଇଛା ନଥାଇ
କହିବାକୁ ହୁଏ ଅଲବିଦା ।
ଆର ବରଷକୁ ଆଶା ନେଇ
ହେଉ ସବୁ ଘର ମୁହାଁ।
ପଥ ଚାଲୁ ଚାଲୁ ମେଳାର
ମସ୍ତୀ ଥାଏ ଚର୍ଚ୍ଚାର ବିଷୟ
ବାହାପିଆ ବଗୁଲିଆଙ୍କ କଥାରେ
ହେଉ ହସିହସି ବେଦମ ।
ହସ ଖୁସି ମଉଜରେ
ଯାଉ ଗାଁରେ ପହଁଚି
ଜଣ ଜଣ କରି ନେଉ ବିଦାୟ
ଫେରୁ ଘରେ ଶୁଭମନାସୀ।
ଆଜି କାଲି ନାହିଁ ସେ ମଉଜ
ମିଶୁନି କାହାରି ମନ
ସେ ଦିନ ବାରୁଣୀ ଯାତ୍ରା
ଆଜି ହୋଇଛି ସପନ
କଥା ଥିଲା ପିଲାଦିନ
ଯାତ୍ରାଏ ବାରୁଣୀ
ରହୁଛି ହେଲାଣି ବହୁତ ରାତି
ନେଉଛି ମେଲାଣି ।
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର।
ପାଦେ ଚାଲି ଚାଲି ଯାଉ ଥିଲୁ
ଜେଜେ ମାଙ୍କ ସହ
ପାଣ୍ଡବ ଘାଟେ ବସେ ମେଳା
ବଙ୍ଗୋପ ସାଗର କୂଳେ
କିସୁନ୍ଦର ଲାଗେ ସେ ଦୃଶ୍ୟ
ଦେଖି ଦେଲେ ଥରେ
ଜାତିଜାତି ଚିଜର ଲଗିଥାଏ
ସମ୍ଭାର ବିପଣୀର
ମନ ଛକପକ କିଣିବାକୁ ସବୁ
ହୃଦ ହୁଏ ଆତୁର
ସାରା ଗାଁ ରାତି ଅଧରୁ
ହୋଇ ଦଳଦଳ
ଯାତ୍ରା ଏ ବାରୁଣୀ ପାଇଁ
ହୁଅନ୍ତି ବ୍ୟାକୁଳ
ଯେତେ ଖୋଜିଲେବି ସେ ମଜା
ଆଉ ମିଳୁ ନାହିଁ
ସେ ସପନର ଘଡିକୁ କିଏ
ନେଇଛି ଚୋରାଇ
ପଥଶ୍ରମ ସହ
ସାଙ୍ଗ ସାଥି ମେଳେ ମସ୍ତି
ଜେଜେମାର ଆକଟ
ବାପାଙ୍କ ଥିଲା ନାଲି ଆଖି।
କେତେ ଭଲଥିଲା
ଆଜି ସବୁ ଲାଗୁଛି ସ୍ବପ୍ନ ପରି
ଭୁଲିବି ହେଉନି
ଆଖି ଆଗରେ ଗୋଟି ଗୋଟି
ଯାଉଛି ଚହଲି
ଦଳ ଦଳ ହୋଇ
ଯେତେ ଦୁର ଚାଲିଲେବି
ଲାଗେନି ପଥକଷ୍ଟ
ସମୁଦ୍ର ପାଣିରେ ଗାଧୁଆ
ମନେ ଭରେ ସନ୍ତୋଷ ।
ସାଥି ହୋଇ ଭଲଲାଗେ
ଖାଇବାକୁ ବରଫର ଗୋଲା
ଲେମ୍ବୁ ପାଣି ସରବତ
ବୁଟଭଜା ଆଉ ଚଣା ଉଖୁଡା।
ଅମୃତ ପରି ଲାଗେ ନେଇଥିବା ମୁଢି
ସହ କିଣା ଆଳୁ କସା
ଖାଇ ବସୁ ଝାଉଁ ଗଛ ଆଢୁଆଳେ
ଆହାକି ସେ ମଜ୍ଜା
ଆଜି ସେ ଆନନ୍ଦ
ତାରକା ହୋଟେଲରେ ନାହିଁ
ପୁଣିଥରେ ସେ ପିଲା ଦିନ
କିଏ ଦିଅନ୍ତା ଫେରାଇ ।
ଦିନ ଗଡି ଗଲେ
ଫେରିବାକୁ ଲାଗେ ଭାରି କଷ୍ଟ
ମେଳା ପାଖରେ ଥାଏ ମନ
ଦେହ ହୁଏ ଅବସ।
ଇଛା ହୁଏ ସବୁ ଦିନେ
ରହି ଯାଆନ୍ତି ଏଠି
ସୁନେଲି ବାଲୁକା ଆଢୁଆଳେ
ତା ଭବ୍ୟରୁପ ଦେଖନ୍ତି ନିଇତି
ସଂଜ ପୂର୍ବରୁ ଆମେ ସବୁ
ହୋଇ ସାରିଥାନ୍ତି ଏକଯୁଟ
ଜଣେପରେ ଜଣେ ଫେରିବାକୁ
ହେଉଥାନ୍ତି ପ୍ରସ୍ତୁତ
ଅବସ ବଦନ ଇଛା ନଥାଇ
କହିବାକୁ ହୁଏ ଅଲବିଦା ।
ଆର ବରଷକୁ ଆଶା ନେଇ
ହେଉ ସବୁ ଘର ମୁହାଁ।
ପଥ ଚାଲୁ ଚାଲୁ ମେଳାର
ମସ୍ତୀ ଥାଏ ଚର୍ଚ୍ଚାର ବିଷୟ
ବାହାପିଆ ବଗୁଲିଆଙ୍କ କଥାରେ
ହେଉ ହସିହସି ବେଦମ ।
ହସ ଖୁସି ମଉଜରେ
ଯାଉ ଗାଁରେ ପହଁଚି
ଜଣ ଜଣ କରି ନେଉ ବିଦାୟ
ଫେରୁ ଘରେ ଶୁଭମନାସୀ।
ଆଜି କାଲି ନାହିଁ ସେ ମଉଜ
ମିଶୁନି କାହାରି ମନ
ସେ ଦିନ ବାରୁଣୀ ଯାତ୍ରା
ଆଜି ହୋଇଛି ସପନ
କଥା ଥିଲା ପିଲାଦିନ
ଯାତ୍ରାଏ ବାରୁଣୀ
ରହୁଛି ହେଲାଣି ବହୁତ ରାତି
ନେଉଛି ମେଲାଣି ।
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର।
Sent from my Samsung Galaxy smartphone.