ଖୋଜିମୁଁ ନଥିଲି ଇତିହାସ ତୋର
ତୋ ଦେହ ଭୂଗୋଳ ଦେଖିନି କେବେକେତେ ବିଦେଶୀଙ୍କ ଭାଷା ଶିଖିଥିଲୁ
ପାଗଳ ମନଟା ଜାଣିଲା ଏବେ ।
ତୋ ଭାଷା ସାହିତ୍ୟ ମନ କିଣି ନେଲା
ଶବଦ ଭିତରେ ଗଲିମୁଁ ହଜି
ହେଲେ ସଂଖ୍ୟା ଥିଲା ଏମିତି ଜଟିଳ
ଅଙ୍କର ଉତ୍ତର ପାଉନି ଖୋଜି ।
ତୋ ପାଠ ଥିଲା ଅଡ଼ୁଆ ସୂତାଟେ
ବହୁ ବିଳମ୍ବରେ ଜାଣିଲି ଏବେ
ଖୋଜିମୁଁ ନଥିଲି ଇତିହାସ ତୋର
ତୋ ଦେହ ଭୂଗୋଳ ଦେଖିନି କେବେ
ତୋ ସଂସ୍କୃତି ସବୁ ସଂସ୍କାରରେ ଭରା
ତୁ କିନ୍ତୁ ଗୋଟେ କଳଙ୍କି ଜହ୍ନ
ବିଜ୍ଞ ହେଲେବି ଵିଶ୍ଵାସ ବିହୀନ
ଏଇତୋ ମନର ପ୍ରେମ ବିଜ୍ଞାନ ।
ବୁଝି ପାରିବୁ ମୋ ନିରକ୍ଷର ଦୁଃଖ
ତୋ ନୂଆ ପାଠରେ ହାରିବୁ ଯେବେ
ଖୋଜିମୁଁ ନଥିଲି ଇତିହାସ ତୋର
ତୋ ଦେହ ଭୂଗୋଳ
ଦେଖିନି କେବେ ।
ସିଦ୍ଧେଶ୍ବର ତ୍ରିପାଠୀ