ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ସାଥୀ ତୁମେ ସାତ ଜନମର - ସଦାନନ୍ଦ ସାହୁ

ସାଥୀ ତୁମେ ସାତ ଜନମର - ସଦାନନ୍ଦ ସାହୁ



ପ୍ରେମ ପରଶରେ ମନମୋ'ର ଭାସେ 
ସ୍ମୃତି ରୂପାଜହ୍ନ ଦେଖି ,
ମହମହ ବାସ୍ନା ନିଆରା ଜୋଛନା
ଜିଣିଛି ସପନ ଆଖି ! !

ସୁନେଲି ସପନ ହୋଇଛି ପୁରଣ
ନାହିଁ କିଛି ଅବଶୋଷ ,
ହୃଦୟର ରାଣୀ ସାଜିଛି ଘରଣୀ
ଓଠଧାରେ ପ୍ରୀତିହସ ! !

ସ୍ମୃ୍ତି ଅନୁସୟା ଥିଲା ମୋ' ପ୍ରେମିକା
ଝୁରି ହେଉଥିଲି ନିତି
ପ୍ରେମର ବନ୍ଧନ ଥିଲା ଚିରନ୍ତନ
ଅଜାଡୁ ଥିଲି ମୁଁ ପ୍ରିତୀ ! !

ପ୍ରେମର ସନ୍ତକ ଅନୁସୟା ମିତ
ହୃଦୟା ବିଭବା ପତ୍ନୀ ,
ମୁଁ'ମନୋରଞ୍ଜନ ପ୍ରେମର ଅଞ୍ଜନ
ସାଇତି ରଖିଛି ସ୍ମୃ୍ତି ! !

ବେଦୀ ମୂଳେ ସ୍ଵପ୍ନ ଉଦ୍ଭାସିତ ମନ
ଫୁଲ ଫଗୁ ବାସ୍ନା ଧାରା ,
ଦୁଇଟି ଆତ୍ମାର ପବିତ୍ର ମିଳନ
ମହକୁଛି ଧରା ସାରା ! !

ଜନ୍ମ ଜନ୍ମାନ୍ତର ତୁମେ ସାଥୀ ମୋର
ପ୍ରାଣସଙ୍ଗୀ ଅନୁସୟା ,
ସିନ୍ଥିରେ ତୁମର ସୁହାଗ ସିନ୍ଦୁର
ତବପ୍ରେମ ମନଛୁଆଁ ! !

ପ୍ରୀତିର ଚୁମ୍ବନ କିଣି ନିଏ ମନ
ତୁମେ ମୋ'ର ସୁନା ଭାର୍ଯ୍ୟା ,
ମୋ'ର ଟିକି ବସା ହସୁଛି ସର୍ଵଦା
ମୁଁ 'ତୁମ ହୃଦୟ ରାଜା ! !

ସରଗର ଶଶୀ ଆସିଛ'ତ ହସି
ପିତା ମାତା ସର୍ବେ ଖୁସି ,
ତବ ସ୍ନେହେଁ ପ୍ରେମେ ହଜିଛୁତ ଆମେ
ଅବିରତେ ଦିବା ନିଶି ! !

ପ୍ରେମ ମଥାମଣି ମହଲର ରାଣୀ
କରିବିନି କେବେ ରୋଷ ,
ସ୍ମୃ୍ତି ରୂପାଜହ୍ନ ଅଜାଡିବ ସ୍ଵପ୍ନ
ପାନକରି ପ୍ରେମରସ ! !

ହେ'ମାଅା ସାରଳା ଅଧିଷ୍ଠାତ୍ରୀ ମାତା
ତୋହରି ଆଶ୍ରିତ ଆମ୍ଭେ ,
ମନୁଆଁ ଅନୁକୁ ସଦୟ ହୋଇବୁ
ଗଢ଼ିବେ ସଂସାର ଦମ୍ଭେ ! !

ଶତ ପ୍ରଣିପାତ କରୁଛୁ ହେ' ମାତ
ତୋହରି ସ୍ଵୀକୃତ ଧନ ,
ଛତ୍ର ଛାୟାତଳେ ରଖିବୁ ସରାଗେ
ବଢିବ ତୋହରି ମାନ ! !

Writer's Details: ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ , କଟକ
Content Category:
Submission Date: Apr 11, 2019