କୁଡୁଚୀ ଫୁଲ - ସୁଧାକର ସେଠୀ

0


ତୋ ମଥାରେ ଦିଶୁଛି ଆଜି
ଜଙ୍ଗଲି କୁଡୁଚୀ ଫୁଲ
କେତେ ଢଙ୍ଗରେ ସଜେଇଛୁ 
ଲାଗୂଛି ଭାରି ଭଲ

ଏମିତି ବେଶ ଦେଖି ଦେଇ
ଜାଗିଛି ସ୍ମୃତି ମନେ
କରାପୁଟର ସେ ରହଣି କଥା
କହିଯାଏ କିଏ କାନେ

ଆଖି ଆଗେ ଯାଉଛି ନାଚି
ସତେ ଅବା ଚିତ୍ରପଟ୍ଟ
କେତେ ସରଳ ଜୀବନ ସେଠି
ନାହିଁତ ଛନ୍ଦ କପଟ

ନଥଲା ସେଠାରେ ଆଗୁଆ କିଛି
ଜୀବନ ଥିଲା ଅସ୍ତବ୍ୟସ୍ତ
ଭଲପାଇବା ଆଉ ସରଳ ବିଶ୍ବସ
ଥିଲା ସେ ମାଟିର ମହକ

ଯେଉଁଠି ଥିଲେ ଯେମିତି ଥିଲେ
ଭୂଲିକି ପାରିବି ସବୁ
ପରବାସରେ ଏତେ ଆତ୍ମୀୟତା
ହୃଦକୁ କରିଛି କାବୁ

ତା ମୁହଁ ସହ ତ ମୁହଁ ଆଜି
ଯାଉଛି କେମିତି ମଶି
କୁଡୁଚି ଫୁଲ ଯୋଡି ଦେଇଛି
ଭଙ୍ଗା ହୃଦର ଆରିସି

    ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର

Sent from my Samsung Galaxy smartphone.

Post a Comment

0Comments

ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।

Post a Comment (0)