
ଖରା ଛୁଟି ବେଳେ ଯାଇଥିଲି ଦିନେ
ମାମୁଁଙ୍କ ଘରକୁ ବୁଲି ,
ମାଇଁଙ୍କୁ କହିଲି ପଖାଳ ଖାଇବି
ପେଟ ଭରି ମୁଁ ଯେ କାଲି II
ସକାଳ ସକାଳୁ ପର ଦିନ ଉଠି
ଗାଧେଇ ପIଧେଇ ଆସି,
ବସିଲି ଖଣ୍ଡିଏ ପିଢା ଆଣି ମୁହିଁ
ଅଗଣାରେ ହୋଇ ଖୁସି II
ମନେ ମନେ ଭାରୀ ଖୁସି ହେଉ ଥାଏ
ଖାଇବି ମୋ ଦେଶୀ ଖାନା ,
ଆତ୍ମାକୁ ମୋର ସନ୍ତୋଷ ମିଳିବ
ପେଟରେ ପଡିଲେ ଦାନା II
ଅପେକ୍ଷା ମୋର ସମ୍ପୂର୍ଣ ହୋଇଲା
ମାଇଁଙ୍କୁ ଦେଖିଲି ସତେ,
ରୋଷେଇ ଶାଳାରୁ ଆସୁଛନ୍ତି ନେଇ
ଖାଇବା ଜିନିଷ ଯେତେ II
ପାଖକୁ ଆସିଲା ପରେ ମୁଁ ଦେଖିଲି
ପଖାଳ କଂସା ତ ନାହିଁ ,
ଆଧୁନିକ ଖାଦ୍ୟ ମାଇଁ ମୋ ଧରିଛି
ଭାରି ହସ ହସ ହୋଇ II
ମନଚୁରିଆନକୁ ଚିକେନ ପକୋଡା
ତା ସଂଗେ ମଟନ କସା,
ତନ୍ଦୁ ରୁଟି ସହ ଭେଜ କଟଲେଟ
ଚିଲି ମସ୍ରୁମ ଦୋସା II
ସହରୀ ଖାନାକୁ ଦେଖି ଦେଲି ଯେବେ
ମନରେ ଆସିଲା ଦୁଃଖ ,
ମୋ ମୁହଁକୁ ଦେଖି ମାଇଁ ମୋ କହିଲେ
ନ ଖାଇ କାହିଁକି ଦେଖ II
ଆଗକୁ ପଛକୁ କିଛି ନ ଭାବି ମୁଁ
କହିଲି ପଖାଳ କାହିଁ ,
ମାଇଁ ମୋ କହିଲେ ସେଗୁଡାକ ଆଉ
ଦେହେ ଆମ ଯାଉ ନାହିଁ II
ସକାଳୁ ଖାଉଛୁ ବ୍ରେଡ ବଟର
ତା ସହିତ ଫ୍ରୁଟ ଜୁସ ,
ସIଲIଡ଼ ଖାଉଛୁ ମଝିରେ ମଝିରେ
ହୋଇ ଆମେ ଦିଲଖୁସ II
ଦିପହର ବେଳେ ଜିରା ରାଇସ କୁ
ବିରିଆନୀ କେବେ କେବେ ,
ମାମୁଁଙ୍କ ପସନ୍ଦ ବଟର ନାନ
କରେ ମୁଁ କହନ୍ତି ଯେବେ II
ସଞ୍ଜକୁ ସୁପ ଅବା ଚା' କଫି
କେବେ କେବେ ପିଇ ଦେଉ ,
ରାତିକୁ ନୁଡୁଲ କିମ୍ବା ରୋଲ ପିଜ଼ା
ଅନ୍ଲାଇନରେ ମଗେଇ ନେଉ II
ମାଇଁ କଥା ଶୁଣି ମୁଣ୍ଡ ଘୁରି ଗଲା
ଭାବିଲି ଏ କଣ ହେଲା ,
ନଈ କୁଳିଆ ମୋ ମାମୁଁର ଘରଟା
ସହର ପାଲଟି ଗଲା II
ଖାଇବା ଥାଳିକୁ ଜୁହାର କରି ମୁଁ
ଖାଇଲି ମାଇଁଙ୍କ ରନ୍ଧା,
ପଖାଳ ଖାଇବା ସପନଟି ମୋର
ରହିଗଲା ଜାଣ ଅଧା II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
ଖାଇବି ମୋ ଦେଶୀ ଖାନା ,
ଆତ୍ମାକୁ ମୋର ସନ୍ତୋଷ ମିଳିବ
ପେଟରେ ପଡିଲେ ଦାନା II
ଅପେକ୍ଷା ମୋର ସମ୍ପୂର୍ଣ ହୋଇଲା
ମାଇଁଙ୍କୁ ଦେଖିଲି ସତେ,
ରୋଷେଇ ଶାଳାରୁ ଆସୁଛନ୍ତି ନେଇ
ଖାଇବା ଜିନିଷ ଯେତେ II
ପାଖକୁ ଆସିଲା ପରେ ମୁଁ ଦେଖିଲି
ପଖାଳ କଂସା ତ ନାହିଁ ,
ଆଧୁନିକ ଖାଦ୍ୟ ମାଇଁ ମୋ ଧରିଛି
ଭାରି ହସ ହସ ହୋଇ II
ମନଚୁରିଆନକୁ ଚିକେନ ପକୋଡା
ତା ସଂଗେ ମଟନ କସା,
ତନ୍ଦୁ ରୁଟି ସହ ଭେଜ କଟଲେଟ
ଚିଲି ମସ୍ରୁମ ଦୋସା II
ସହରୀ ଖାନାକୁ ଦେଖି ଦେଲି ଯେବେ
ମନରେ ଆସିଲା ଦୁଃଖ ,
ମୋ ମୁହଁକୁ ଦେଖି ମାଇଁ ମୋ କହିଲେ
ନ ଖାଇ କାହିଁକି ଦେଖ II
ଆଗକୁ ପଛକୁ କିଛି ନ ଭାବି ମୁଁ
କହିଲି ପଖାଳ କାହିଁ ,
ମାଇଁ ମୋ କହିଲେ ସେଗୁଡାକ ଆଉ
ଦେହେ ଆମ ଯାଉ ନାହିଁ II
ସକାଳୁ ଖାଉଛୁ ବ୍ରେଡ ବଟର
ତା ସହିତ ଫ୍ରୁଟ ଜୁସ ,
ସIଲIଡ଼ ଖାଉଛୁ ମଝିରେ ମଝିରେ
ହୋଇ ଆମେ ଦିଲଖୁସ II
ଦିପହର ବେଳେ ଜିରା ରାଇସ କୁ
ବିରିଆନୀ କେବେ କେବେ ,
ମାମୁଁଙ୍କ ପସନ୍ଦ ବଟର ନାନ
କରେ ମୁଁ କହନ୍ତି ଯେବେ II
ସଞ୍ଜକୁ ସୁପ ଅବା ଚା' କଫି
କେବେ କେବେ ପିଇ ଦେଉ ,
ରାତିକୁ ନୁଡୁଲ କିମ୍ବା ରୋଲ ପିଜ଼ା
ଅନ୍ଲାଇନରେ ମଗେଇ ନେଉ II
ମାଇଁ କଥା ଶୁଣି ମୁଣ୍ଡ ଘୁରି ଗଲା
ଭାବିଲି ଏ କଣ ହେଲା ,
ନଈ କୁଳିଆ ମୋ ମାମୁଁର ଘରଟା
ସହର ପାଲଟି ଗଲା II
ଖାଇବା ଥାଳିକୁ ଜୁହାର କରି ମୁଁ
ଖାଇଲି ମାଇଁଙ୍କ ରନ୍ଧା,
ପଖାଳ ଖାଇବା ସପନଟି ମୋର
ରହିଗଲା ଜାଣ ଅଧା II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର