OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ଏକତରଫା ପ୍ରେମ - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - ଏକତରଫା ପ୍ରେମ - ଶିବ ଚରଣ ମହାପାତ୍ର

              ବୁଢି ର ଖୁଁ ଖୁଁ କାଶ ରେ ନିଦ୍ରା ଭଙ୍ଗ ହେବାରୁ ଘରୁ ବାହାରି ଆସି ଗରଗର ହେଇ ମଧୂ କହିଲା- " ତୁ କେବେ ମରିବୁ କେଜାଣି  ?? ନିଜେ ଶୋଉନୁ କି କାହାକୁ ଶାନ୍ତି ରେ ଶୋଇବାକୁ ଦେଉନୁ । କି ପାପ କରିଥିଲୁ ଯେ ନ ମରି ଖାଲି ଘାଣ୍ଟି ହେଉଛୁ । ଯା ସିଆଡେ ବାଡି ପଟେ ଛେପ ଖେଙ୍କାର ପକେଇବୁ । ଶଃ.. ସକାଳ ଟା ରୁ ମୁଣ୍ଡ ଖରାପ କରିସାରିଲାଣି "
ବୁଢି କାଶ କୁ ନିଜ ଅକ୍ତିଆର ରେ ରଖିବାର ବୃଥା ପ୍ରୟାସ ଜାରି ରଖି ଖୁଁ ଖୁଁ କରି ବାରଣ୍ଡାରୁ ଉଠି ବାଡି ଖଣ୍ଡକ ସାହାଯ୍ୟରେ ବାଡି ପଟକୁ ଚାଲିଗଲା । ମନ ରେ ତଥାପି ଦୁଃଖ ର କିଞ୍ଚିତେ ମାତ୍ର  ଛାପ ପଡିନଥିଲା । ଇଏତ ତାର ନିତି ଦିନିଆ ଘଟଣା । ବାଡି ପଟ ସବୁଜ କ୍ଷେତ ଏବେ ଅସଜଡା ହେଇ ପଡିଛି ।ମଧୂ ବାପା ଆରପାରିକୁ ଗଲା ଦିନରୁ ସେ ଜମି ଯେମିତି ଏକୁଟିଆ ସେ ବୁଢି ବି ସେମିତି ଏକୁଟିଆ । କେତେଥର ପୁଅ କୁ କହିଲାଣି ନିଜେ ଯଦି ଚାଷ ନ କରିବୁ ତାହେଲେ ଟ୍ରାକ୍ଟର ରେ କରେଇନେଏ ।ହେଲେ ସିଏ କଉ ଶୁଣିବାକୁ ରାଜି..?କହିବ , " ଏବେ ଚାଷ ତଳେ ବାସ ନାହିଁ..  ଏବେ ସରକାରୀ ଯୋଜନା ଅଛି ତ ବଞ୍ଚିବା ର ବାହାନା ବି ଅଛି ।"
          ମାଇପି ବୋଲକରା ହେଇ ଗଣ୍ଡେ ଖାଇବାକୁ ଦେଉନି କି ଖଣ୍ଡେ ପିନ୍ଧିବାକୁ ଦେଉନି । ତଥାପି ବୁଢି ମନରେ ନା ଅଛି ଅନୁତାପ ନା କିଛି ଅନୁଶୋଚନା ...ବାସ୍ ପୁଅ -ବୋହୂ ପାଇଁ ଅଜସ୍ର ଆଶୀର୍ବାଦ ଢାଳି ଚାଲିଛି...ସେଥିପାଇଁ ତ ବୁଢି ସବୁ ମାସ ର ବାର୍ଦ୍ଧକ୍ୟ  ଭତ୍ତା ପାଇଲାକ୍ଷଣି ପୁଅ ହାତରେ ଗୁଞ୍ଜିଦିଏ ..ଆଉ ସବୁବେଳେ କହେ-"ତୁ ଭଲ ରେ ଥାଆ ରେ ଧନ..."
ହେଲେ କେବେ କେଉଁ ଦିନ ପ୍ରତ୍ୟୁତ୍ତରେ ଭଲ କିଛି ପାଇନି...
             ଏଇତ ଧିରେ ଧିରେ ମଧ୍ୟାହ୍ନ ର ଖରା ମଉଳି ଗଲାଣି ..ଏବେ ସଞ୍ଜ ଆସିବାକୁ ତରତର..ଗୋଠରୁ ଗାଇ ଫେରିଲେଣି ..ଗଉଡ ଟୋକାର ବଇଁଶୀ ଟା ଧିରେ ଧିରେ ନିଷ୍ପ୍ରଭ ହେଇ ଯାଉଛି ..ଦୂର ତାଳବଣ ବାହୁଙ୍ଗା କୁ ଚିରି ଦେଇ ଭାସି ଆସୁଛି କେନ୍ଦରା ର ହୃଦୟ ବିଦାରକ ଧ୍ୱନୀ..ଏବେ ଅନ୍ଧାର ଘୋଟିଯିବ..ବୁଢି ର ଅବଶ ଶରୀର ଟା ସେଇ ବାଡି ପଛପାଖ ଭଙ୍ଗା ପରିତ୍ୟକ୍ତ କୂଅ ପାଖରେ ପଡି ରହିଥାଏ । ହୁଏତ ଶାନ୍ତି ର କେଇଟୋପା ପାଣି ଆଶା ରେ କି କଣ..??

×-×-×-×-×-×-×-×-×
ଶିବ ଚରଣ ମହାପାତ୍ର
ଚକ୍ରଧରପୁର : କେନ୍ଦୁଝର

0 Comments