ବିଦଗ୍ଧ କବି - ତପନ ଦୀକ୍ଷିତ (ବେଳାଭୂମି)

0


ପ୍ରେମର ଫଲ୍ଗୁ ପାଲଟେ ଯେଉଁଠି 
ବିରହର ଏକ ନଈ
ସେଇଠି ଆସେ ମୁଁ ତୋ ପାଇଁକି ସଖୀ
ବିଦଗ୍ଧ କବିଟେ ହୋଇ,
ଲେଖନୀରେ ଗୁନ୍ଥେ ଶବ୍ଦ କୁସୁମ
ନିହାଣେ ଗଢଇ ମୂର୍ତ୍ତି
କପୋଳକଳ୍ପିତ କାମନା ସବୁକୁ
କଳ୍ପନାରେ କରେ ପୂର୍ତ୍ତି,
ଅବା ତୂଳୀକାରେ ରଙ୍ଗ ଉଡା଼ଏ
ରହି ରାତି ଉଜାଗର
ସପନ ପିଠିରେ ଆଙ୍କୁଥାଏ ବସି
ସାଜି ଏକ ଚିତ୍ରକାର
ବିରହ ନଈର କୂଳେ ବୁଲୁଥାଏ
ବାଟ ଚାହିଁ ଚାହିଁ ତୋର
ଲୁହର ଶ୍ରାବଣେ ଭିଜାଇ ଭିଜାଇ
ବଇଶାଖୀ ଦେହ ମୋର।।

Writer's Details: ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

Post a Comment

0Comments
Post a Comment (0)