ଜୀବନ ନାଟକ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜୀବନ ନାଟକ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମୃତ୍ୟୁ ଡାକଇ ଯମ ଦୁଆରରୁ
                ହସଇ ଶ୍ମଶାନେ ଜୁଇ
ଜନ୍ମ ମରଣ ସତ୍ୟ, ନିଧାନ
         ନିହିତ କରିଛି ବିହି ।।
କହିହୁଏ ନାହିଁ ମରଣ କି ଜନ୍ମ
        କାହାର କିପରି ହେବ
ଅସମୟେ ଦୀପ ଲିଭିଯିବ ଘନ
           ଅନ୍ଧକାର ଘୋଟିଯିବ ।।
ଯମ, କାଳ ନାମେ ଦାରୁଣ ଆଘାତ
         ଦିଏ ସହେ ତାହା ନର
କପାଳେ ବିଧାତା ଲିହି ଅଛିଯାହା
         ଘଟେ ତାହା ନିରନ୍ତର ।।
ସେଫାଳୀ ଫୁଲର ଆୟୁ,ଫୁଟେ ରାତି
             ସକାଳକୁ ଝରିଯାଏ
ପଦ୍ମପତ୍ରେ ଜଳ ସମାନ ତରଳ
            ଢଳ ଢଳ ହେଉଥାଏ ।।
ଅନିତ୍ୟ ଜୀବନ ଅନିତ୍ୟ ସଂସାର
          ରଙ୍ଗମଞ୍ଚେ ଅଭିନୟ
ଶେଷେ ପ୍ରାଣପକ୍ଷୀ ଉଡିଯିବ ମାୟା
         ସଂସାର ର ଏହି ନ୍ୟାୟ ।।
କିଆଁ ଏତେ ଆଣ୍ଟ କେତେଦିନ ନାଟ
          ପଡି ମିଛ ମାୟା ଜାଲେ
ଅନ୍ୟାୟ ଅନୀତି ଦୁର୍ନୀତି ସଂପତ୍ତି
         ସାହା ନୋହିବେରେ ତିଳେ ।।
ବେଳ ଥାଉ ଥାଉ ସାବଧାନ ହୁଅ
          ଲଭିବୁ ବୈକୁଣ୍ଠେ ସ୍ଥାନ
ନହେଲେ ରୈ।ରବ ନର୍କ ଯନ୍ତ୍ରଣା   
            ନିରର୍ଥକ ନର ଜନ୍ମ ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments