• ମୁଁ ,କାଲି ଯଦି ମରିଯାଏ
• ଭୁଲିଯିବ ନାହିଁ ବନ୍ଧୁ ପରିଜନ
• ମୋର ଅଲୋଡା ଜୀବନ ଇୟେ
• ମୁଁ ,କାଲି ଯଦି ମରିଯାଏ ।।
•
• ଦୁଇଟୋପା ଲୁହ ଢାଳିବା ଆଗରୁ
• ମୋ ଛବି ଚିତ୍ର ପ୍ରତିମା
• ଦେଖିଲେ ଅଲୋଡା ମଣିଷ ଟେ ବୋଲି
• ଦୂରେଇ ଦେବନି ଜମା,
• ନଶ୍ଵର ଶରୀର ଜନମିଲେ ମୃତ୍ୟୁ
• ନିଶ୍ଚୟ ତ ହୋଇଥାଏ
• ମୁଁ ,କାଲି ଯଦି ମରିଯାଏ ।।
•
• ଜୁଇ ରେ ଜଳିବ ଏ ମାଟି ଦେହଟା
• ଦୂରେଇ ଯିବରେ ଆତ୍ମା
• କରମ ପ୍ରକାରେ ଫଳ ଭୋଗ ହେବ
• ଇଚ୍ଛାମୟ ବ୍ରହ୍ମବେତା,
• ବିଚାର କି ହେବ ନର୍କ କି ସରଗ
• କେମିତି କହିବ କିଏ
• ମୁଁ ,କାଲି ଯଦି ମରିଯାଏ ।।
•
• ତୁମ ସ୍ନେହ,ପ୍ରେମ,ଶରଧା,ଆଦର,
• ସବୁକୁ ପାଥେୟ କରି
• ଭବମଣ୍ଡଳରୁ ମାଟିଘଟ ଛାଡି
• ଶୁନାଶୁଆ ଯିବ ଉଡ଼ି,
• କାଳର କରାଳ ସ୍ରୋତ ମହାବଳ
• କାହାକୁ ଛାଡି ନି ଇୟେ
• ମୁଁ ,କାଲି ଯଦି ମରିଯାଏ ।।
•
• ଅଞ୍ଜଳିଏ ଜଳ ପ୍ରବାହ ସଲିଳେ
• ମୋ ନାମରେ ଟେକିଦେବ
• ଦଗ୍ଧିଭୁତ ମାଟି ଶରୀର ଶାନ୍ତିରେ
• ମାଟିରେ ତ ମିଶିଯିବ,
• ପାସୋରିବ ନାହିଁ ଚାହିଁରହିଥିବି
• ଜୀବନର ଆର ପାରେ
• ମୁଁ ,କାଲି ଯଦି ମରିଯାଏ ।।
•
• ଏଇତ ଜୀବନ ଆଜି ଅଛି କାଲି
• ଥିବ କି ନଥିବ ବନ୍ଧୁ
• ମିଛ ମାୟା ଭରା ଜଟିଳ ଅବୋଧ
• ଅଟଇ ଏ ଭବ ସିନ୍ଧୁ,
• ପ୍ରଫୁଲ୍ଲ ଚିତରେ ପ୍ରଫୁଲ୍ଲ ଗୀତ ରେ
• ମରଣ ର ଗୀତ ଗାଏ
• ମୁଁ ,କାଲି ଯଦି ମରିଯାଏ ।।