"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ତୋ ବିନା - ସନ୍ତୋଷ ପଟ୍ଟନାୟକ

ତୋ ବିନା - ସନ୍ତୋଷ ପଟ୍ଟନାୟକ

ନିଃଶବ୍ଦ ପ୍ରହରେ ଶୂନ୍ୟ କୋଠରୀରେ 
     ଦେଖୁଛି ତୋହରି ଛବି 
ଅଜବ କଳ୍ପନା  ଅଦ୍ଭୁତ ଚିନ୍ତା ମୋ'
     ତୋ'କଥାକୁ ଭାବିଭାବି....

ଗୋଧୂଳି ଲଗନେ ପ୍ରୀତି ମୋହାଛନେ 
     ବିହ୍ଵଳେ ଦେଖି'ତୋ ତନୁ 
ଦ୍ବିଧାରେ ମୋମନ ନିରେଖେ ଗଗନ 
      ନିଜ ସତ୍ତା ଭୁଲି ମନୁ....

ସଞ୍ଜ ଗଡି ଯେବେ ରାତିଯାଏ ବଢି 
     ଉପହାସ କରେ ଶଶୀ 
ପାହାନ୍ତି ସପନେ ରାତି ଗଲେ ପାହି 
     ସ୍ମୃତିକୁ ସାଉଁଟେ ବସି....

ନିଦ୍ରା ଆସେନାହିଁ  ମୁଦ୍ରିତ ଆଖିକୁ 
     ଯେବେ ମସସ୍ତେ ନିଦ୍ରିତ
  ତୋ'ବିନା ସାଥି  ବିତିଯାଏ ରାତି
     ନିଃସଙ୍ଗ ପ୍ରତିମୂହୁର୍ତ୍ତ....

✍ସନ୍ତୋଷ ପଟ୍ଟନାୟକ ବେଗୁନିଆପଡା ବ୍ଳକ୍/ ତିରିଡା/ ଗଞ୍ଜାମ  ।

0 Comments