ପାହାଡି କନ୍ୟା - ସୁଧାକର ସେଠୀ

ପାହାଡି କନ୍ୟା - ସୁଧାକର ସେଠୀ

ମୁଁ ପାହାଡି କନ୍ୟା
ପାହଡ ମୋର ଘର
ଜଙ୍ଗଲ ମୋ ଦୁନିଆ।
ମୁଁ ଯେ ପାହାଡି କନ୍ୟା।

ଗଛ ହଲିଲେ ପତର ହଲେ
ହଲିଯାଏ ମୋ ଛାତି
କେତେ ଖବର କେତେ ବାରତା
ରଖିଛି ମୁଁ ସାଇତି

ସରଳ ଜିବନ ସରଳ ଚିନ୍ତା
ଲୋଡା ନାହିଁ ମୋର କିଛି
ଚାଙ୍ଗୁ ମାଡେ ମଦଳ ତାଳେ
ଦିନ ମୋ ଯାଏ ବିତି।

କେନ୍ଦୁ ,ମହୁଲ, ଲାଖ, ଝୁଣା
ସବୁତ ମୋ ସମ୍ପଦ
ଗୋଟେଇ ଆଣି ଅତିଯତନେ
ବିକି ଦିଏ ସେ ଚିଜ।

ବାଘ ,କୁଟୁରା  ହରିଣ ,ଭାଲୁ
ସବୁଯେ ମୋର ମଇତ୍ର
ସାଥିରେ ବୁଲେ ଜଙ୍ଗଲେ ଖେଳେ
ନଥାଏ କିଛି ଦକ।

ଝରଣା ଜଳ ବଡ ଶୀତଳ
ଉହରସେ ପାନ କରେ
କୁଡୁଚି ଫୁଲ ଖୋସେ ମୁଣ୍ଡରେ
କିସୁନ୍ଦର ସେ ଦିଶୁଥାଏ

ଦିନ ମୋ ବିତେ ଜଙ୍ଗଲରେ
ରାତିଟା କୁଡିଆରେ
ଚାନ୍ଦ ସୂରୁଜକୁ ଦେଖି ଦେଇ
ଯାତ୍ରା ଆରମ୍ଭ କରେ

ବାଆ କହିଛି ବିହା ଦେବ
ମୋତେ ସେ ଆର ସନକୁ
ସଜାଉଛି ସାରା ଜଙ୍ଗଲ
ଯଉତୁକ ଦେବ ତା ଜଇଁକୁ।

କାଟିନି ଗଛ ପୋଡିନି ବଣ
ଭାଙ୍ଗିନି ଡାଳପତର।
ବରଷା ଦିନେ ଦିଶୁଛି ଏସନ
ଜଙ୍ଗଲଟା କିସୁନ୍ଦର।

ପାହାଡେ ଜନମ ମୋର
ପାହାଡ କୋଳେ ଶେଷ
ନଜାଣେ ଛନ୍ଦ ଫିକର
ନଜାଣେ ଛନ୍ଦ କପଟ।

ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.

0 Comments