OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସ୍ଵାଗତ ଅଭିନନ୍ଦନ - ସନ୍ତୋଷ ପଟ୍ଟନାୟକ

ସ୍ଵାଗତ ଅଭିନନ୍ଦନ - ସନ୍ତୋଷ ପଟ୍ଟନାୟକ


ଜନନୀର ଜପ ସଫଳ ହୋଇଲା
       ବୀର ସୁତ ଫେରେ ଆଜି
   ବିଜୟର ମନ୍ତ୍ର ଗାଅ ଭାତୃଗଣ
           ଉତ୍ସାହ ସୁଅରେ ଭିଜି....

ଜାଗରେ ଜାଗରେ ହିନ୍ଦୁ ମୁସଲିମ
       ଶିଖ୍-ଖ୍ରୀଷ୍ଟିଆନ ସର୍ବେ
   ବଜାଅ ତୁର୍ଯ୍ୟ  ବଜାଅ ଭେରି
        ଉଡାଅ ତ୍ରିରଙ୍ଗା ଉର୍ଦ୍ଧ୍ବେ....

ବୀରଦର୍ପେ ନିଜେ ସଜାଅ ନିଜକୁ
          ସ୍ବାଗତେ ଅଭିନନ୍ଦନ
     ବିଜୟ ତିଳକ ପିନ୍ଧାଅ ବୀରକୁ
               ବନ୍ଦାଅ ଫୁଲ ଚନ୍ଦନ.....

ସନ୍ତୋଷ ପଟ୍ଟନାୟକ 

0 Comments