
ଅଭିନନ୍ଦନ ..... ଅଭିନନ୍ଦନ
ତୁମେ ଏ ମାଟିର ଲଲାଟ ତିଳକ
ଗଉରବ ବର୍ଦ୍ଧନ । ୦
ଏ ଦେଶର ବନ ସାଗର, ସରିତ
ତୁମ ବନ୍ଦନା ଗାଏ
ଶତ୍ରୁ ଶିବିରେ ନିର୍ଭୀକ ପଣ
ସବୁରି ପରାଣ ଛୁଏଁ
ମାଟିମାଆ ଛାତି ଉଚ୍ଚ କରିଦେଲ
ସାଜିଲ ହରିଚନ୍ଦନ ।୧
ଅଭିନନ୍ଦନ...... ଅଭିନନ୍ଦନ
ଯଥାର୍ଥରେ ତୁମେ ବୀର ଏ ଜାତିର
ଜନମଭୂଇଁର ଟେକ
ତୁମକୁ କୋଳରେ ଧରି ପିତା ମାତା
କୋଳ କରିଲେ ସାର୍ଥକ
ଦେଶବାସୀ ସବୁ ଭଉଣୀ ଭାଇର
ବଢାଇଦେଲ ତ ମାନ ।
ଘେନ ଅଭିନନ୍ଦନ .....
ଅଭିନନ୍ଦନ ..... ଅଭିନନ୍ଦନ । ୨
ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ