
ଏସନ ଫଗୁଣ ନାହିଁ ସେ ହରସ
ନାହିଁ ମନରେ ଖୁସି
ରକ୍ତର ହୋରୀ ଖେଳତ ସରିଛି
ସରାଗ ଯାଇଛି ହଜି
ହଜିଛି ସୀମାନ୍ତୀନି ମଥାର ସିନ୍ଦୁର
ହଜିଛି ସପ୍ତରଂଗ
ଫୁଲୱାମା ମାଟିର ବୂକୁଫଟା କ୍ରନ୍ଦନ
ଶୁଭେତା ଆର୍ତ୍ତନାଦ
ଖଣ୍ଡ ଖଣ୍ଡ ମାଂସର ଟୁକୁରା
କରୁଛି ଦେଖ ବିଦ୍ରୁପ
ଫଗୁତ ଖେଳିଛୁ ମାଟି ମା ପାଇଁ
ନିଗାଡି ଦେଇଛୁ ରକ୍ତ
ବର୍ବରତାର ନଗ୍ନ ନମୁନା
ଦେଖିଛି ଏ ଆଖି
ଜଣେ ପରେ ଜଣେ ଦେଲେ ପରାଣ
ଶୁଣିଲେ ଥରୁଛି ଛାତି
ମାର ମମତା ମାଟିର ଡାକ
ଭୂଲିକି ପାରିଛି ପୂତା
ହସି ହସି ସେ ଜୀବନ ହାରିଛି
ଜଗତ ଦେଇ ବାରତା
ବୀର ପ୍ରସବୀନି ମୋ ଦେଶ ମାଟି
ମାର ଛାତିତ ବଜ୍ର
ଜାତିର ସୁରକ୍ଷା ସ୍ବଭିମାନ ପାଇଁ
ନଥାଏ ମନରେ ଖେଦ
ମାଟିର ମହକ କରିଛି ପାଗଳ
ବୋଳିଛି ତାକୁ ଶୀରେ
ଜୟ କରିବାକୁ ସେ ଶତ୍ରୁର ଗଡ
ଆଗକୁ ଗୋଡ କାଢେ
ମୃତ୍ୟୁର ଭୟ କରିନି ଆଛାଦ
ଡରନାହିଁ ତା ମନେ
ସିଂହ ପରି ମାଡି ଚାଲେ ବୀର
ଶତ୍ରୁର ବୁକୁ ଥରେ
ଆତଙ୍କିର ନାଶକରିବାକୁ ଆଜି
ଭାରତ ହୋଇଛି ଠିଆ
ଫୁଲୱାମା ବୁକୁର ତା ଟୋପା ଟୋପା ରକ୍ତ
ବଦଳାଇ ଦେବ ଦୁନିଆ।
ଜମ୍ବଶ୍ବରପୁର, ବାଲେଶ୍ବର
ମୋ - ୯୩୩୭୬୮୧୫୨୪
ନାହିଁ ମନରେ ଖୁସି
ରକ୍ତର ହୋରୀ ଖେଳତ ସରିଛି
ସରାଗ ଯାଇଛି ହଜି
ହଜିଛି ସୀମାନ୍ତୀନି ମଥାର ସିନ୍ଦୁର
ହଜିଛି ସପ୍ତରଂଗ
ଫୁଲୱାମା ମାଟିର ବୂକୁଫଟା କ୍ରନ୍ଦନ
ଶୁଭେତା ଆର୍ତ୍ତନାଦ
ଖଣ୍ଡ ଖଣ୍ଡ ମାଂସର ଟୁକୁରା
କରୁଛି ଦେଖ ବିଦ୍ରୁପ
ଫଗୁତ ଖେଳିଛୁ ମାଟି ମା ପାଇଁ
ନିଗାଡି ଦେଇଛୁ ରକ୍ତ
ବର୍ବରତାର ନଗ୍ନ ନମୁନା
ଦେଖିଛି ଏ ଆଖି
ଜଣେ ପରେ ଜଣେ ଦେଲେ ପରାଣ
ଶୁଣିଲେ ଥରୁଛି ଛାତି
ମାର ମମତା ମାଟିର ଡାକ
ଭୂଲିକି ପାରିଛି ପୂତା
ହସି ହସି ସେ ଜୀବନ ହାରିଛି
ଜଗତ ଦେଇ ବାରତା
ବୀର ପ୍ରସବୀନି ମୋ ଦେଶ ମାଟି
ମାର ଛାତିତ ବଜ୍ର
ଜାତିର ସୁରକ୍ଷା ସ୍ବଭିମାନ ପାଇଁ
ନଥାଏ ମନରେ ଖେଦ
ମାଟିର ମହକ କରିଛି ପାଗଳ
ବୋଳିଛି ତାକୁ ଶୀରେ
ଜୟ କରିବାକୁ ସେ ଶତ୍ରୁର ଗଡ
ଆଗକୁ ଗୋଡ କାଢେ
ମୃତ୍ୟୁର ଭୟ କରିନି ଆଛାଦ
ଡରନାହିଁ ତା ମନେ
ସିଂହ ପରି ମାଡି ଚାଲେ ବୀର
ଶତ୍ରୁର ବୁକୁ ଥରେ
ଆତଙ୍କିର ନାଶକରିବାକୁ ଆଜି
ଭାରତ ହୋଇଛି ଠିଆ
ଫୁଲୱାମା ବୁକୁର ତା ଟୋପା ଟୋପା ରକ୍ତ
ବଦଳାଇ ଦେବ ଦୁନିଆ।
ଜମ୍ବଶ୍ବରପୁର, ବାଲେଶ୍ବର
ମୋ - ୯୩୩୭୬୮୧୫୨୪