ମନରୁ ପାସୋରି ଦେଇଛି ତୁମକୁ
ଭୁଲ ବୁଝିବନି ମୋତେ ପରିଚୟ ତୁମ ଖୋଜି ପାଇଲିନି
ପାହିଗଲା ରାତି କେତେ ।
ଅମା ଅନ୍ଧକାରେ ଆଲୋକ ବର୍ତ୍ତିକା
ସାଜିଲ ଜୀବନେ ମୋର
ଗଲା ବେଳେ ମୋତେ ଦେଇ ଚାଲିଗଲା
ବିରହର ଉପହାର ।
ତୁମେ ଗଲା ପରେ ଆସୁନି ଫଗୁଣ
କରିଛି ସେ ଅଭିମାନ
ଜୀବନ ସାଜିଛି ମରୁଭୂମି ମୋର
ନାହିଁ ଆଉ ସ୍ନେହ ପ୍ରେମ ।
ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ