"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଅକୁହା କଥା - ଟୁକୁନା ସାହୁ

ଅକୁହା କଥା - ଟୁକୁନା ସାହୁ

ପ୍ରିୟାର ମନକୁ ଖୁସି କରିବାକୁ 
ଗଲି ମୁଁ ସିନେମା ଦେଖି
ବାଛି ବାଛି କେତେ ଜିନିଷ କିଣିଲି
ତାର ଯେତେ ମନ ଲାଖି । ୧
କିଣିଲି ଅଳତା ପାଦର ପାଉଁଜି
ହଳଦିଆ ପାଟ ଶାଢ଼ୀ
କହିଲା ଯେବେ ସେ କିଣିଲି ତା ପାଇଁ 
ଦୁଇ ପଟ ସୁନା ଚୁଡି  । ୨
ଛପି ଛପି ସବୁ ଦେଖୁଥିଲେ ଦାଦା
ମୋର ସବୁ କଲା କର୍ମ
ଦେଖିଦେଲି ଯେବେ ଦାଦାଙ୍କୁ ପାଖରୁ
ଲାଗିଲା ଆସୁଛି ଯମ । ୩
ସଂଜ ହେଲା ଯେବେ ଘରକୁ ଫେରିଲି
ଆଦରି ଭାଗ୍ୟକୁ ମୋର
ଦାଦା ବସିଥିଲେ ଚଉକି ଉପରେ
ଦେଖି ହେଲି ଥର ହର । ୪
ପଚାରିଲେ ଦାଦା କିଏ ସେଇ ଝିଅ
କହ ଆରେ ଗଣ୍ଠି ଧନ
କାହାର ଦୁହିତା କିଏ ତାର ପିତା
ଚୋରି କରିଛି ତୋ ମନ । ୫
ଖୁସିହେଲା ମନ ଦାଦା କଥା ଶୁଣି
ମୁରୁକି ଦେଲି ମୁଁ ହସି
ବାନ୍ଧି ଦେଲେ ମୋର ହାତ ଯୋଡିକକୁ
ପାରିଲିନି ଜମା ଖସି । ୬
ଅଜାଡ଼ିଲେ ଦାଦା ଯେତେ ସବୁ ପ୍ରେମ
ପିଠି ଗଲା ମୋର ଫାଟି
ଶୁଣିଲେନି କେହି ମୋହର ଚିତ୍କାର
ହେଲି ଯେତେ ଛାଟିପିଟି ।୭
ଅଧା ରାତି ଯେବେ ହୋଇଲା ସେ ଦିନ
ବିଛଣା ଲାଗିଲା ଓଦା
ନିଦ ଭାଙ୍ଗିଗଲା ଅଧାରୁ ମୋହର
ପାଖେ ଥିଲେ ମୋର ଦାଦା । ୮
ଅସୁମାରୀ ଲୁହ ଆଖିରେ ତାଙ୍କର
ମୁଣ୍ଡରେ ମୋ ହାତ ରଖି
କହିଲେ ବାବୁରେ ଜୀବନ ସୁଧାର
ରହିଛି ଅନେକ ବାକି ।୯
ବିତି ଗଲା ଦିନ ରହିଗଲା ଚିହ୍ନ
ବୟସ ଯାଇଛି ବଢ଼ି
ଦାଦାଙ୍କ ଆଶା କୁ ସଫଳ କରିଲି
ପ୍ରେମକୁ ପଛରେ ଛାଡ଼ି । ୧୦

ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ

0 Comments