
ଚୁପଚାପ ଶବ୍ଦ
ଆସି କେବେ ପାଖେ ମୋର
ଭଙ୍ଗ ମୋର ନିଦ ||
ତମେ କୁମାର ପୁନେଇ ଦିନର
ଆକାଶର ସେହି ଚାନ୍ଦ
ଦେଖିଦେଲେ ତୁମ ମୁଁହ
ମନ ହୁଏ ମୋ ଆନନ୍ଦ ||
ତମେ ପହିଲି ରଜର ପହିଲି କିରଣ
ତମେ ଅଦିନ ଋତୁର ଅଦିନ ଶ୍ରାବଣ,
ତମେ ଅଫୁଟା ଫୁଲର ବାସ୍ନା ,
ମୁ ତୁମରି ପ୍ରେମର ବାଟୋଇ ଟେ ପ୍ରିୟା
ମୋର ମେଣ୍ଟିନି ଏଯାଏ ତୃଷ୍ଣା ||
ତମେ ସୂର୍ଯ୍ୟାସ୍ତ ର ସେହି ସୁନେଲି କିରଣ
ଶୀତୁଆ ଦିନର ସନ୍ଧ୍ୟା
ତୁମେ ମରୁମରୀଚିକା ଜାଣି ଶୁଣି ମଧ୍ୟ
ମୁ ତୁମରି ପ୍ରେମରେ ବନ୍ଧା ||
ରମାକାନ୍ତ ବେହେରା
କାନପୁର, ନରସିଂହପୁର, କଟକ,
ମୋ - ୮୯୧୭୪୭୩୪୭୭
ରମାକାନ୍ତ ବେହେରା
କାନପୁର, ନରସିଂହପୁର, କଟକ,
ମୋ - ୮୯୧୭୪୭୩୪୭୭