"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଅନ୍ତିମ ଯାତ୍ରା - ଟୁକୁନା ସାହୁ

ଅନ୍ତିମ ଯାତ୍ରା - ଟୁକୁନା ସାହୁ

ପରିଜନମାନେ ଏକତ୍ରିତ ହେବେ
କେନ୍ଦରା ବାଜିବ ଯେବେ
ପ୍ରାଣ ପ୍ରିୟା ମୋର ଅଶ୍ରୁ ବୁହାଇବ
ବାହୁନି ଅନେକ ତେବେ ।
ବିଜ୍ଞ ଜନ ଯେତେ ମୋହରି ଗ୍ରାମର
ହୋଇବେ ଆସି ଏକତ୍ରି
ଚର୍ଚ୍ଚା ହେବ ମୋର ଜୀବନ କାହାଣୀ
କେତେ ମିଛ କେତେ ସତ ।
ପୁତ୍ରମାନେ ମୋର ସମ୍ପତି ନିମନ୍ତେ
କଳହ କରିବେ କେତେ
ଠକ ଟାଉଟର ଏକତ୍ରିତ ହେବେ
ନିନ୍ଦା କରିବାକୁ ମୋତେ ।
ମିଶି କିଛି ଜଣ କରି ଏକ ଧ୍ୟାନ
ଗଢିବେ ଖଣ୍ଡେ କୋକେଇ
ନିଆଁ ବର ଖଣ୍ଡେ ତିଆରି କରିବେ
ମୁଖେ ଅଗ୍ନି ଦେବା ପାଇଁ ।
ଖୋଜା ପଡ଼ିଯିବ ଖଇ ଓ କଉଡ଼ି
ଶୁଖିଲା ତୁଳସୀ ଗଛ
ପରିଜନ ମୋର କାନ୍ଦିବେ ବହୁତ
ଆସିବେ ପଛ କୁ ପଛ ।
ସମାପ୍ତି ହୋଇବ ପାର୍ଥିବ ଶରୀର
ଶୋଇଲେ ଯୁଇରେ ଥରେ
ଜୀବନ ଜାଞ୍ଜାଳୁ ମୁକ୍ତି ମିଳି ଯିବ
ମିଶିବି ଧରିତ୍ରୀ କୋଳେ ।

ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ

0 Comments