
ଦେଖ ଆନନ୍ଦେ ଅବନୀ
ଖିଲି ଖିଲି ହେଇ ହସୁଛି
ଏ ଫଗୁଣଟା ଇନ୍ଦ୍ରଧନୁ ସାଥେ
ମନ୍ଦ ମନ୍ଦ ଆସୁଛି
ସାଥିରେ ଆଣିଛି ଭିନ୍ନ କିସମର ରଙ୍ଗ
କାଳେ ଫଗୁଣଟା ବୋଳିଦେବ
ସଭିଙ୍କ ମନରେ ପିରତି ଓ ପ୍ରେମ
ରଙ୍ଗୀନ ହେବ ବକ୍ଷର କୋଠରୀ
ଚିତ୍ତେ ଭରିବ ଯେ ପବିତ୍ରତା
ଖାସ୍ ଏଇ ଫଗୁଣଟା ପିରତିର ସଖା
ରହି ପାରେନାହିଁ ଛାଡି
କିଏ କାହା ବିନା
ଯେମିତି ଦୁହେଁ ଗୋଟିଏ ବିଗ୍ରହରେ
ଦୁଇଗୋଟି ଆତ୍ମା
ଜଣକ ପାଇଁ ଯେମିତି
ଜଣେ ଅସ୍ତବ୍ଯସ୍ତ ,
ଫଗୁଣଟା ରଙ୍ଗଭେଦ ଦେଖେ ନାହିଁ ଜମା
ଲଗାଏ ସେ ରଙ୍ଗ ଓ ଅବିର
କାହା ଦେହେ ଲଗାଏ ସେ ଲାଲ୍, ନୀଳ ରଙ୍ଗ
ଆଉ କାହା ଦେହେ ଲଗାଏ ସେ
ଛିଟା ଛିଟା ପ୍ରେମ ରଙ୍ଗ,
ସେ ରଙ୍ଗରେ ନାହିଁ ତ ଛଳନା
ଫଗୁଣଟା କେଡେ ଆନମନା
ପିରତିର ରଙ୍ଗ ଛିଟା ବୋଳେ ପୁଣି
ପୁଷ୍ପ ଠୁ ପତର
ପ୍ରକୃତିଟା ଦିଶେ ଆହା ସୁନ୍ଦର ସୁନ୍ଦର,
ଲାଗିଲେ ଫଗୁଣେ ଫଗୁ
କହେ କଥା ପୁଷ୍ପ
ନାଚେ ପୁଣି ସମୀର
ମିଠା ମିଠା ଭାଷାରେ
ଫଗୁଣଟା କରିନିଏ ନିଜର
ଏ ଫଗୁ ମିଶା ଫଗୁଣଟା
ସାତରଙ୍ଗ ସମ୍ଭାର l

ହାଟସିଂହାପୁର, ଯାଜପୁର
ମୋ - ୮୮୭୨୯୦୭୦୮୬