କେମିତି ଖେଳିବି ହୋଲି - ତପନ କିଶୋର ପ୍ରଧାନ

0

ବାଇଗେଣୀ ଅଟେ ତୋର ମନର ବିଶ୍ୱାସ
ଘନନୀଳ ପୁଣି ତୋର ରାଶି ରାଶି କେଶ...
ନୀଳ ନୀଳ ଭସା ଆଖି ଆକାଶର ଛାଇ...
ସବୁଜ ଅଟଇ ତୋର ମନଖୋଲା ହସ...
ହଳଦିଆ ତୋର ପାଦ ଦିଶଇ ସୁନ୍ଦର
ସବୁଠୁ ସତେଜ ତୋର ନାରଙ୍ଗୀ ଅଧର
ହସିଲେ ରାଗିଲେ ଦିଶେ ଲାଲ ତୋର ଗାଲ
ଗୋଲାପୀ ସପନ ତୋର ଅୟୁତ ଯୁଗର..
ସାତରଙ୍ଗ  ଭରା ସାଥି ତୋ ହୃଦ୍ୟ ଭିତରେ
ଖେଳିବି କିପରି  ରଙ୍ଗ  ନାହିଁ ମୋ ପାଖରେ..
ତୋ ପାଖରେ ବନ୍ଧା ମୋର ଜୀବନର ରଙ୍ଗ..
ମୋ ମନରୁ ଇନ୍ଦ୍ରଧନୁ ଚୋରି କଲା ପରେ.....

ତପନ କିଶୋର ପ୍ରଧାନ, ବିଳାଶୁଣି, କଟକ
ମୋ - 7008692328

Post a Comment

0Comments
Post a Comment (0)