ଦିବ୍ୟ ଜ୍ୟୋତି ଶୂନ୍ୟ ବ୍ରହ୍ମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଦିବ୍ୟ ଜ୍ୟୋତି ଶୂନ୍ୟ ବ୍ରହ୍ମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ରାତିପାହିଗଲେ   ଜଗନ୍ନାଥ ନାମ   ଭଜନ କରେ ମୁଁ ନିତି
ପାହାନ୍ତି ପହରୁ   ମନ ହଜିଗଲା   ଦେଖି ମଙ୍ଗଳ ଆଳତୀ   ।।

ଚୁଆ, ଚନ୍ଦନ ର  , କସ୍ତୁରୀ, କର୍ପୁର    ବାଶ ଯାଉଛି ଚହଟି
ସଯ୍ୟାତ୍ୟାଗି ସିଂହା-  ସନ ରେ ବିଜୟ   କଲେଣି ଜଗତ ପତି   ।।

ମାଳ ମାଳ ଦୂବ , ଦୟଣା, ତୁଳସୀ   ମଞ୍ଜରୀ ରେ ମୁଖକାନ୍ତି
ଝଲସି ଉଠୁଛି    ଚାହିଁ ହେଉ ନାହିଁ    ସେ ଶୂନ୍ୟ ବ୍ରହ୍ମ ଦିବ୍ୟ ଜ୍ୟୋତି   ।।

ଘଣ୍ଟ,ଘଣ୍ଟା,ଶଂଖ   ବାଜଇ ମୃଦଙ୍ଗ   ବିପ୍ରେ ବେଦ  ଗଉଛନ୍ତି
ଦେଖ ଆରେ ମନ   କି ଶୋଭା ଦିଶନ୍ତି.  ବିଶ୍ଵନିଧି ଲକ୍ଷ୍ମୀ ପତି   ।।

ଚାରୁ ଚନ୍ଦ୍ରାତପ   ଚାନ୍ଦୁଆ ଶୋଭିତ   ରତନ ଦୀପର ଦ୍ଵିତୀ
କୋଟିଏ ଅରୁଣ  କିରଣ ବିଭାସେ   ପାହିଆସୁଅଛି ରାତି  ।।

ମୁଖରିତ ହେଲା   ଜନ କୋଳାହଳ   ବାୟଷ ମଧୂର ଗୀତି
ମଣିମା ମଣିମା.  ଡାକରେ ଉଛୁଳେ   ପାହିଆସିଲାଣି ରାତି ।।

ମଙ୍ଗଳ ଲଗନ   ଜୀବନ ମଗନ   ଦେଖି ତାର ଚକା ଆଖି
ବିହ୍ବଳ ହୋଇଲା  ଏ ଦୀନ ପରାଣ  ତୁମେ ଏକା ତାର ସାକ୍ଷୀ ।।

ତୁମନାମେ ଭାବି   ଗୀତ ରଚେ କବି  ପ୍ରଫୁଲ୍ଲ ଫୁଲ ଆଳତୀ
ଘେନାହେଉ ମହା- ବାହୁ ବାସୁଦେବ   ପଦାମ୍ଵୁଜେ ରହୁ ମତ୍ତି ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments