ନୀରବ କାହାଣୀ - ଶିବ ଚରଣ ମହାପାତ୍ର

0

ନୀରବ ଆଖିର ନୀରବ ଭାଷା କୁ
ନୀରବେ ପଢିବ ବୋଲି
ନିର୍ଜନ ପ୍ରହରେ ଆବେଗ ମୁଣ୍ଡେଇ
ତୁମ ଆଗେ ଉଭା ହେଲି..
ନୀରବ ଚାହାଣୀ ଦେଲା ମୋତେ ହାଣି
ନୀରବ ହୃଦୟ ମୋର
ଅବୁଝା ରହିଲା ତୁମ ନୀରବତା
ନୀରବେ କି କଲ ପ୍ରହାର..
ନୀରବେ ନୀରବ ପ୍ରେମ ରହିଥିଲା
ଯେବେ ନୀରବ ରେ ଗଲଚାଲି
ଶୂନ୍ୟତା ଭରିଲା ପୂର୍ଣ୍ଣତା ହୃଦୟେ
ନୀରବତା ଥିଲା ଖାଲି..
ମଳୟ ନୀରବ କୁସୁମ ନୀରବ
ନୀରବ ଏ ନିର୍ଜନତା
ନୀରବ କାହାଣୀ ନୀରବି ସାରିଛି
ଦେଖୁଛି ସେ ନୀରବତା..
ନୀରବ ପ୍ରେମ ର ବିରହ ମହ୍ଲାର
ନୀରବ ରେ ଭରେ ବ୍ୟଥା
ନୀରବ ଜୀବନେ ଚିର ସାଥି ସିଏ
ନୀରବ ସମ୍ପର୍କ କଥା...

ଶିବ ଚରଣ ମହାପାତ୍ର
ସା/ପୋ-ଚକ୍ରଧରପୁର, ଜିଲ୍ଲା -କେନ୍ଦୁଝର

Post a Comment

0Comments
Post a Comment (0)