OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଭୁଲ୍ - ରଶ୍ମିତା ବେହେରା

ଭୁଲ୍ - ରଶ୍ମିତା ବେହେରା


ନିଃଶ୍ବାସୁ ଅଧିକ କୈାଣସି ବ୍ୟକ୍ତିକୁ
ବିଶ୍ୱାସ କରିବା ଭୁଲ୍
ଅଯୋଗ୍ୟ ବ୍ୟକ୍ତିକୁ ଜୀବନୁ ଅଧିକ
ଭଲ ପାଇବାଟା ଭୁଲ୍ ।
ଆଶା ବାଲିଘର ନିଶ୍ଚିହ୍ନ ହୋଇଲେ
ସ୍ୱପ୍ନ ଦେଖିବାଟା ଭୁଲ୍
ସ୍ନେହ, ସମ୍ପର୍କର ଏ ବେଳାଭୂମିରେ
ସାଥିଟେ ଖୋଜିବା ଭୁଲ୍ ।
ହୃଦୟ ସିଲଟେ ଭାବନା ଖଡ଼ିରେ
ସମ୍ପର୍କ ଆଙ୍କିବା ଭୁଲ୍
ତମସା ଯନ୍ତ୍ରଣା ବୁଝି ଯେ ପାରେନା
ତା'ଠୁ ଆଲୋକ ଚାହିଁବା ଭୁଲ୍ ।
ହୃଦୟ ମନ୍ଦିରେ ଦୈତ୍ୟକୁ ବସାଇ
ଦେବତା ଭାବିବା ଭୁଲ୍
ହୃଦୟୁ ତୁମକୁ କରେ ଯେ ବିସ୍ମୃତ
ତାକୁ ସ୍ମୃତି ସଜେଇବା ଭୁଲ୍ ।
ପ୍ରେମ ଏଠି ଏକ ବଡ଼ ଅଭିନୟ
ତାକୁ ବାସ୍ତବ ଭାବିବା ଭୁଲ୍
ସବୁ ପ୍ରେମ ଏଠି ସାଫଲ୍ୟ ଲଭେନା
ତେଣୁ ଆଶା ରଖିବାଟା ଭୁଲ୍ ।
ପ୍ରେମର ଅର୍ଥକୁ ବୁଝି ଯେ ପାରେନା
ତାକୁ ପ୍ରେମିକ କହିବା ଭୁଲ୍
ଧୋକା ଦେବା ଯା'ର ରକ୍ତେ ପ୍ରବାହିତ
ତାକୁ ଭଲ ପାଇବାଟା ଭୁଲ୍
ତାକୁ ନିଜର ଭାବିବା ଭୁଲ୍ ।

ଗ୍ରାମ/ପୋ:ନିହଲପ୍ରସାଦ,
ଜିଲ୍ଲା-ଢେଙ୍କାନାଳ, ପିନ୍-୭୫୯୦୧୬

0 Comments