ମୁଠାଏ ଶୂନ୍ୟତା - ନମିତା ଗିରି

0

ମୋତେ କ'  ଜଣାଥିଲା ?
ବନ୍ଧଟିଏ ସାଜି 
ତୁମେ ଶଙ୍ଖୋଳି  ଆସିବ 
ଆଉ ହୋଇଯିବ  ଚିର ସହଚର...
ତୁମସହ କରିଛି ପରକୀୟା ପ୍ରୀତି ବୋଲି
ଅତି ଅଂତରଂଗ  ଆଇନା  ଆଜି 
ସାଜିଛି ନିଷ୍ଠୁର 
ଚିନହି ପାରୁନି ଅଭିମାନିନୀ ପ୍ରିୟା ମୋର।
ମୁଁ ଆଜି ଅସହାୟ ଅସମର୍ଥ
ଡ଼େଣାକଟା ଜଟାୟୁ ପରି...
ତୁମେ ଆସିଲା ଦିନୁ 
ଦୁର ପଲାଶ ବନରେ 
ଲାଲ୍ ଟୁକୁଟୁକୁ ଦାଉଦାଉ ଫୁଲଟି 
ଖେତେଇ ହେଉଛି ଆଜି 
ଦେଖି ମୋ ନିଃଶଗଂତା 
କାହିଁକି   ?
ବିସ୍ତୀର୍ଣ୍ଣ ସବୁଜ କ୍ଷେତଟି ଆଜି 
ଲାଗୁଛି ଉଜୁଡ଼ା 
ସମୟର ଝପ୍ସା ଆଇନାରେ ସବୁ 
ଲାଗୁଛି ଫିକା 
ସବୁଆଡେ ପରିବ୍ୟାପ୍ତ ଖାଲି 
ମୁଠାଏ ଶୂନ୍ୟତା 
ବେଳେବେଳେ ଅଭୁଲା ସ୍ମୃତିରୁ ଖିଏ 
ଭଙ୍ଗୁଛି ନିରବତା 
ତୁମେ ଆସିଗଲା ପରେ 
କାହିଁକି କେଜାଣି 
ସବୁ ହୋଇଗଲା ମରୀଚିକା...???

ନମିତା ଗିରି,
ଗୋଡ଼ମୋହିଷାଣୀ, ମୟୁରଭଞ୍ଜ

Post a Comment

0Comments
Post a Comment (0)