
ହେ ବୀଣାପାଣି ହଂସବାହିନୀ
ବିଦ୍ୟାଦାୟିନୀ ମା',
ଜୟ ମା'ବାଗ୍ଦେବୀ ବ୍ରହ୍ମI ସ୍ୱରୂପI
ଜ୍ଞାନଦାୟିନୀ ମା' II
ମାଘ ପଞ୍ଚମୀରେ ସୃଷ୍ଟି ଯେ ତୋର
ଶ୍ରୀ ପଞ୍ଚମୀ ଯାର ନାଁ,
ଶକ୍ତିଦାୟିନୀ କ୍ଷମତା ଦାୟିନୀ
ପରମେଶ୍ୱରୀ ତୁ ମା’II
ବ୍ରହ୍ମIଙ୍କ ଘରଣୀ ଗୁଣଶାଳିନୀ
ଜୟ ସରସ୍ବତୀ ମା’,
ଦେଵୀ ପ୍ରତିନିଧି ତେଜସ୍ୱିନୀ ଦେବୀ
ଜୟ ତୁ ବେଦର ମାଆ II
ବିଦ୍ୟା ବୁଦ୍ଧି କଳା ଅଧିଷ୍ଠାତ୍ରୀ ଦେବୀ
ବୀଣାଧାରିଣୀ ତୁ ମାଆ ,
ଶୁକ୍ଳବସ୍ତ୍ରା ତୁହି ବେଦ ଧାରିଣୀ
ଶ୍ୱେତପଦ୍ମI ତୁହି ମାଆ II
ଚାରିଭୁଜ ତୋର ବ୍ରହ୍ମାଙ୍କର ଶିର
ବ୍ରହ୍ମାଙ୍କର ଅଂଶ ମାଆ,
ବ୍ରହ୍ମା ତୁମ ପିତା ବ୍ରହ୍ମା ତୁମ ପତି
ଅଦ୍ଭୁତ ଲୀଳା ଏ ମା’II
ପବିତ୍ର ଓ ସତ୍ୟ ଆଧ୍ୟIତ୍ମିକର
ତୁ ଅଟୁ ପ୍ରତୀକ ମାଆ ,
ଯାହା କଂଠେ ତୁହି ରହି ଥାଉ ସଦା
ବିଦ୍ୱାନ ଗୁଣୀ ସେ ମା’ II
ଶୁକ୍ଳବର୍ଣ୍ଣା ତୁହି ଆଦିଶକ୍ତି ତୁହି
ଉତ୍କର୍ଷଧାରିଣୀ ମା’,
ଅଭୟଦାୟିନୀ ବୁଦ୍ଧି ପ୍ରଦାୟିନୀ
ତୁହି ଲୋ ଶାରଦା ମାଆ II
ସ୍ପଟିକମIଳI ଧାରୀ ହେ ଭଗବତୀ
ଅନ୍ଧାର ହାରିଣୀ ମାଆ,
ଐଶ୍ଚର୍ଯ୍ୟ ଦାୟିନୀ ପଦ୍ମାସନେ ଉଭା
ବନ୍ଦନୀୟା ତୁହି ମା’ II
କର ମଧ୍ୟେ ଆମ ରହି ଅଛୁ ତୁହି
ଜଗତ ଜନନୀ ମାଆ,
ଶାନ୍ତି ପ୍ରଦାୟିନୀ ବିଶ୍ୱ ବିଜୟିନୀ
ତୁହି ଲୋ ବରଦା ମା’II
ତୋ ପାଦ ତଳେ ଜଣାଏ ପ୍ରଣତି
ସୁଦୟା କରିବୁ ମାଆ,
କଂଠେ ବସିଥିବୁ ପ୍ରାଣ ଯିବା ଯାଏଁ
ଏତିକି ଗୁହାରି ମା’ II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର