ଭଗବାନ ଏକ - ଇଂ ଦୀପ୍ତି ରଞ୍ଜନ ପଣ୍ଡା

0

ପ୍ରଭୁହିଁ କେବଳ ଜଣିଏ
ମିଳନ୍ତି ଭାବନା ପରାୟେ।
ଭାବନା କରେ ଆଲ୍ଲା କେହି
କେ ଭାବେ ଯୀଶୁ ଅଟେ ସେହି
କାହାର ମତେ ସିଏ କୃଷ୍ଣ
କିଏସେ ଭାବେ ଜଗନ୍ନାଥ।
ରାମଙ୍କୁ ଭାବି ଜପେ କିଏ
କେ ଭାବେ ତାଙ୍କ ବୁଦ୍ଧ ସିଏ।
କାହାର ମତେ ସିଏ ସାଇ
ବିଭିନ୍ନ ଭାବନା ଆସଇ ।
ଯିଏ ବି ଯେଉଁପରି ଭାବୁ
କିନ୍ତୁ ଜଣିଏ ସେହି ପ୍ରଭୁ।
ମନରେ ଆଣି ଭକ୍ତି ଭାବ
ସମର୍ପି ଦିଅ ତୁମ ସର୍ବ।
ପ୍ରଭୁ ନିଶ୍ଚୟ କୋଳେଇବେ
ତୁମ୍ଭର ଇଚ୍ଛା ମତେ ଦେବେ।
କିନ୍ତୁ ମନରେ ଅହଙ୍କାର
ଥିଲେ ମିଳେନି ପୁରସ୍କାର।
ତଟିନୀ ଯେନ ଦଉଡଇ
ସାଗରେ ମିଳନର ପାଇଁ ।
ସେପରି ଯିଏ ଯେଉଁ ମତେ
ପ୍ରଭୁଙ୍କୁ ଡାକୁଥାନ୍ତୁ ପଛେ ।
ଶେଷକୁ ସେମାନେ ସମସ୍ତ
ଯାଆନ୍ତି ପ୍ରଭୁଙ୍କର ପାଶ।

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଅଧିକ୍ଷଣ ଯନ୍ତ୍ରୀ, ଜଳସମ୍ପଦ ବିଭାଗ, ଓଡିଶା ସରକାର

Post a Comment

0Comments
Post a Comment (0)