
ନୂ
ନୂଆ କଣ???
ନେଉ ଥିବା ପ୍ରତ୍ୟେକ ଶ୍ୱାସ
ତା 'ତ ନୁହେଁ
ଅନ୍ତଗାମୀ ସ୍ରୋତ କୁ ଛୁଇଁ
ସେ କ୍ଷଣକୁ ହୋଇଯାଏ ପୂରୁଣା
ଆ
ଆତ୍ମସାଗର ର ପ୍ରତ୍ୟେକ ଉର୍ମି
ସୁଖ ଦୁଃଖ
ଆଶା ନିରାଶା
ସ୍ବପ୍ନ ସମ୍ଭାବନା
ସତ ମିଛ
ପ୍ରେମ ପ୍ରତାରଣା
ପ୍ରଶଂସା ପ୍ରଲୋଭନ
ନୂଆ କରି ରଖି ହୁଏ କି କୁହ ?
କେଉଁ ଗୋଟିକୁ
କୂଳ ଛୁଇଁଦେଲା ପରେ
ପ୍ରତିଟିକୁ ହଜେଇବାକୁ ହୁଏ ଅସ୍ତିତ୍ୱ
ବ
ବର୍ଷ ମାସ ଦିନ ଦଣ୍ଡ
ନିହାତି ଶୁଭ ଥିବା ଦୁଇ ହଜାର ଅଠର
ଶୀତୁଆ ଡିସେମ୍ବର ରେ ପ୍ରେମର ପ୍ରଥମ ପରଶ
ଜାନୁଆରୀ ର ପହିଲି ଦିନର ଭବ୍ୟ ଆୟୋଜନ
ଅଥବା ସେଇ ଦଣ୍ଡଟି ଶରତର
ରଖି ତ ହେବନି
କରିଆ ଗୁଡେଇ ନୂଆ କରି
କୋଉ ଗୋଟିକୁ
ର
ରହ ରହ କୁହାଟ ମାରିଲେବି
ମଝି ନଇଁରେ
ନାଆ. ରୋକେ କି ନାବିକ ?
ନୂଆ ଯାତ୍ରୀ ତ ତାପାଇଁ ହେଲେଣି ପୁରୁଣା
ସେ କୂଳେ ଉତାରି ଦେଇ
ପୁଣି ନାଆ ବାହିବ
ନୂଆକୁ ପୂରୁଣା କରିବାକୁ
ଷ
ଷ।ଣ ଦିଆ ଜୀବନ
ସବୁକୁ ରୁଣ୍ଡେଇ
ସବୁ ନୂଆ କୁ ସାତସିଆଁ କରି
ଆଗକୁ ଧାଇଁବା
ଖୋଦ ନିଜକୁ
ପ୍ରାଚୀନ ନ କରିଵା ଯାଏ
ଏଇ ଯଦି ଇତି
ତେଵେ
ବାନଥୋଳି ଯାଉଛି ପାଟି
କହୁ କହୁ
ଶୁଭ ନବବର୍ଷ
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ, କଟକ