Information

ମୁଁ ତତେ ପାଏ ଭଲ - ପ୍ରକାଶ କୁମାର ଚାନ୍ଦ


ଆଜି କାଲି ନୁହେଁ ଅନେକ ଦିନରୁ
ମୁଁ ତତେ ପାଉଛି ଭଲ
ଯେମିତିକା କଇଁ ଜହ୍ନଟିକୁ ପାଏ
ଭଅଁରକୁ ପୁଣି ଫୁଲ ।

ଭୂଲିପାରିଛିକି ନଈକୁ ସାଗର
ରାତିକୁ ଅନ୍ଧାର କେବେ
ଛାଡିପାରିଛିକି ସୂରୁଯକୁ ଖରା
ଯାହା ହୋଇଯାଉ ଯେବେ
ପାହାଡ ଯୋଉଠି ଝରଣା ସେଇଠି
ପ୍ରେମ ଯେ ଅମୂଲ ମୂଲ   ।

ଆକାଶରୁ ମାଟି ଅନେକ ଦୂରତା
ବରଷା ମିଶାଇ ଦିଏ
ନାଆକୁ ନାଉରୀ ନାଉରୀକି ନାଆ
ଦୁହିଁଙ୍କ ପାଇଁ ତ ଦୁହେଁ
କେବେ ରହିଛି କି ଦୀପାଳିକୁ ଛାଡ଼ି
ସଳିତା ଓ ନିଆଁ ଝୁଲ  ।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ

Post a Comment