
ଜୀବନ ଫଶିଛି ଚକାଭଉଁରୀରେ
ସଂଘର୍ଷ ହୋଇଛି ବ୍ରତ
ବିଚଳିତ ମନ ଅବସାଦେ ଭରା
ବିବେକ ହେଲାଣି ସୁପ୍ତ....
ହଟିଆ ଠାକୁର ହଟ ଭିଆଉଛି
ସାହାହୁଅ ପଦ୍ମାଳୟା
ସୁ'ମନେ ସୁମନ କଲି ଅରପଣ
ଉଦ୍ଧାର ତୁ' ଯୋଗମାୟା....
ବିଶ୍ୱାସକୁ ମୂଳ ଶ୍ରଦ୍ଧାକୁ ସମ୍ବଳ
କରି ନିବେଦନ କଲି
ଦୁଃଖର କଷଣ ଶେଷ ହେବା ଆଶେ
ତୋହରି ଶରଣ ଗଲି....
ଆଶିଷ ବରଷି ଦୟାକର ମାତ
ଚରଣେ ଶରଣ ଦିଅ
କିଞ୍ଚିତ ସହାୟ ହୁଅ ବାରେ ମାତା
ସନ୍ତୋଷେ ଆଶିଷ ଦିଅ....
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ