ସବୁ - ରମାକାନ୍ତ ମିଶ୍ର

0

ସବୁ ଫୁଲ ଦେବତାଂକ
ମସ୍ତକରେ ଶୋଭା ପାଏନି
ଅଛି ଅନେକ ଫୁଲ
ଯାହାର ସୁବାସରେ ଚଉଦିଗ ହୁଏ ସୁବାସିତ
ଯାହାର ଶୋଭାରେ ଜନ ମନ ହୁଏ ଆଲ୍ହାଦିତ
ରୁଣ୍ଡ ହୁଅନ୍ତି ମଧୁପ ଲୋଭି ଭ୍ରମର ମାନେ
ସବୁ ଥାଇବି ଏପରି ଫୁଲ ମାନେ
ଭୋଗନ୍ତି ଅନେକ ଦୁର୍ଦଶା ଜୀବନେ
ଛିନ୍ଡାଇ ନେଇ ଫୋପାଡି ଦିଅନ୍ତି ତଳେ
ପାଦରେ ମକଚି ଫିନ୍ଗନ୍ତି ଦୂରେ |
ସବୁ ସଂତାନ ମା ବାପାଂକ
କରନ୍ତି ନାହିଁ ଦୁଃଖ ହରଣ
ଅଛନ୍ତି ଅନେକ ସଂତାନ
ଯେଉଁ ମାନେ ଅତି ବିଚଖ୍ୟଣ
ମହାନ କାର୍ଯ୍ୟ କରନ୍ତି ସେମାନେ
ସବୁଥାଇ ମଧ୍ୟ ସେମାନଂକର
ବିକାଶ ହୁଏନି ସାଧାରଣ ଚରିତ୍ର
ପିତାମାତା ଛାଡି ସୁଖ ଖୋଜଂତି ଅନ୍ୟତ୍ର ||
ସବୁ ସୁଖ ସମୟ ସାପେଖ୍ୟ ନୁହେଁ
ସବୁ ସୁଖ ଖ୍ୟଣମାତ୍ର ହୁଏ
ସବୁ ସେବା ଶାନ୍ତି ଦିଏ ନାହିଁ
ସବୁ ଧନ ସନ୍ତୋଷ ଦିଏ ନାହିଁ
ସବୁ ସାଧନା ରୁ ସିଦ୍ଧି ହୁଏ ନାହିଁ
ସବୁ ତପସ୍ୟାରୁ ମୁକ୍ତି ମିଳେ ନାହିଁ
ସବୁ ଆସନ୍ତାକାଲି ସମ୍ରୁଦ୍ଧି ଦେବ କି ନାହିଁ
ଆଜି ଏଇ ମୁହୂର୍ତ୍ତରେ ସନ୍ତୋଷରେ ରୁହ |||

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧ 
ମୋବାଇଲ - ୯୯୩୭୨୬୮୦୧୨

Post a Comment

0Comments
Post a Comment (0)