OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସମବୟସୀ ବନ୍ଧୁମାନେ - ରମIକାନ୍ତ ମିଶ୍ର

ସମବୟସୀ ବନ୍ଧୁମାନେ - ରମIକାନ୍ତ ମିଶ୍ର

ସମବୟସୀ ବନ୍ଧୁମାନେ
ଏବେ ଜୀବନ ଯୁଦ୍ଧରେ
ଥକି ପଡିଲେଣି
କାହାରି କଙ୍କାଳ ସାର ଦେହ
କାହାରି ବର୍ଦ୍ଧିତ ଉଦର
କାହାରି ଆଉ ଜ୍ୟୋତି ନାହିଁ ମୁହଁର |

କାହାରି ମୁଣ୍ଡରେ ଧଳା କେଶ
ଆଉ କିଏ ଲଣ୍ଡିତ ମସ୍ତକ
ସମସ୍ତଙ୍କ କିନ୍ତୁ କିଛି ଅଛି ଦାୟିତ୍ୱ
ବେମାରୀ ନେଇଛି ଅସ୍ତିତ୍ବ |

ଚାଲିବାକୁ କଷ୍ଟ ଏବେ
ଆଗେ ଦିନଯାକ ଧଉଁ ଥିଲେ
ଏହା କିନ୍ତୁ ଅତି ସତ
ସମ ବୟସୀ ବନ୍ଧୁମାନେ
ହେଲେଣି ଧୀରେ ସ୍ଥଗିତ |

କିଏ ଧରିଛି କରଜ ବୋଝ
କିଏ କରୁଛି ସ୍ୱାସ୍ଥ୍ୟ ଚିନ୍ତା
କାହାରି କିନ୍ତୁ ସମୟ ନାହିଁ
ଆଖିରେ କିନ୍ତୁ ଜ୍ୟୋତି ନାହିଁ |

ଗଲା କIଲି ଯିଏ ଖୁସି ଥିଲେ
ଆଜି ଜୀବନ ବୀମା ମାଗି ବୁଲେ
କିନ୍ତୁ ଏହା କାଟୁ ସତ୍ୟ
ସମ ବୟସୀ ସାଙ୍ଗ ମାନେ
ଥକି ଗଲେଣି ଜୀବନ ଯୁଦ୍ଧରେ
କିଏ କିଏ ଗଲେଣି ଅନନ୍ତ ଶୟନରେ !!

0 Comments