ଦିବ୍ୟାଙ୍ଗ ଦିବସ - ନାରାୟଣ ଚନ୍ଦ୍ର ସେନାପତି

0
ଆସ ଆସ ହେ ସୁଶ୍ରୀ ଶୋଭାଗିନୀ ଦିବସ
ଆକାଂକ୍ଷାର ଶୁଭ ଶଙ୍ଖ ବଜାଇ
ଜାଳିଦିଅ ଉତ୍ସାହ ଦୀପାଳୀ
ଉଦ୍ଦୀପନାର ଫର୍ଛା ଆଲୁଅରେ,
ଭରିଦିଅ ଦିବ୍ୟ ଶୁଭ୍ର ସଂଜିବନୀ
ତୁମ ନିଷ୍କପଟ ହୃଦୟରେ,,
ଫୁଟାଅ ଅଫୁରନ୍ତ ମୃଦ୍ୟୁହସ
ନିରାଶ୍ରା ଦିବ୍ୟାଙ୍ଗଙ୍କ ପିପାସା ଓଷ୍ଠରେ॥

ଆସ ଆସ ହେ ଆତ୍ମୀୟ ଦିବସ
ଆଶା ଭରସାର ଆନନ୍ଦାଶ୍ରୁ ଗଡାଇ
ନିର୍ଦ୍ୱନ୍ଦ୍ୱରେ କୁହ...
ତୁମେ ନୁହଁ ବିକଳାଙ୍ଗ ...
ତୁମେ ନୁହଁ ଅକର୍ମଣ୍ୟ..
ଜାଗ୍ରତ କର କ୍ରୀୟାଶୀଳ ଅଙ୍ଗର ଅପୂର୍ବ ଉନ୍ମାଦନା
ଆତ୍ମପ୍ରତ୍ୟୟର ସିଡିରେ ଚଢ ଧୈର୍ଯ୍ୟର ପାହାଡ
ଅଗ୍ରସର ହୁଅ ସମାଜର ବଙ୍କିଳ ପଥ
ତୁମ ସାହସ ନିଷ୍ଠାର ଜିଗୀଷାରେ॥

ଆସ ଆସ ହେ ଦିଗଦର୍ଶକ ଦିବସ
ତନୁ ମନରେ ଅମାପ ବଳ ଜଗାଇ
ଦିଅ ପ୍ରେରଣା ଓ ପ୍ରୋତ୍ସାହନ
କିଏ କହେ ତୁମେ ଅନ୍ଧ...ତୁମର ତ ଅଛି ଦିବ୍ୟଦୃଷ୍ଟି.. ଅନ୍ତର୍ଦ୍ଦୃଷ୍ଟି
କାହିଁକି କହିବା ଖଞ୍ଜ....ତୁମର ଗତି ତ ଅସୀମ ମନପବନ ଗତି
ତୁମେ ବାକ୍ ହୀନ ବାଗ୍ମୀ
ଶ୍ରବଣହୀନ ପରିସ୍ରବଣ
ଅଧ୍ୟବସାୟ ମେଘରେ ଚକ୍ ଚକ୍ କର ନିଷ୍ଠାର ଚମକ
ଉତ୍କଣ୍ଠା ସାଗରରେ ଆଙ୍କ ଧୈର୍ଯ୍ୟର ତରଙ୍ଗ
ସ୍ନେହ ଶ୍ରଦ୍ଧା ଆଉ ପ୍ରେମର ପରଶରେ॥

ଆସ ଆସ ହେ ଦିବ୍ୟାଙ୍ଗ ଦିବସ
ଗର୍ବ ଓ ଦମ୍ଭର ସୁଦୀର୍ଘ ଡେଣା ମେଲେଇ
ଉଡାଅ ସାମାଜିକ ରାଜନୈତିକ ଅର୍ଥନୈତିକର ମୁକ୍ତ ପଥରେ
ଗାଅ ଜୀବନର ସୁଗମ ସଙ୍ଗୀତ
ନାଚ ସ୍ପନ୍ଦନର ସଂସ୍କୃତିସମ୍ପନ୍ନ ଓଡିଶୀ
ସମାଜର ସମାଜ ଖବରକାଗଜ ପଢ ତୃତୀୟ ନୟନରେ
ପ୍ରତିଷ୍ଠିତ କର ଉଡାଇ ବିଜୟକେତନ
ବନ୍ଦକର ଦୁଃସ୍ଥ ସମାଜର ହୀନ ଅଟ୍ଟହାସ୍ୟ ପାଟିକୁ
କୁହ ..ମୁଁ ଅକ୍ଷମ ନୁହଁ ଭିନ୍ନକ୍ଷମ ବି ନୁହଁ
ମୁଁ ସମ୍ପୂର୍ଣ୍ଣ ସକ୍ଷମ...ପାରଙ୍ଗମ
ସ୍ରଷ୍ଟାଙ୍ଗ ଦିବ୍ୟ ଦିବ୍ୟାଙ୍ଗ
ଲୋଟିବାର ଅନନ୍ୟ ଅଭୀପ୍ସା
ସାମ୍ୟ ପ୍ରତିଷ୍ଠାର ପ୍ରଶାନ୍ତ ତରଙ୍ଗରେ॥
------------------------------
ଜମ୍ଭରାକେନ୍ଦୁଝର

Post a Comment

0Comments
Post a Comment (0)