
ବରିଷ୍ଠ ନାଗରିକ ପାଉ ନାହାନ୍ତି ଧ୍ୟାନ |
ସାରା ଜୀବନ କଟାଇ ହେଲେ ବରିଷ୍ଠ
ଏବେ କଟାଇବେ ଜୀବନ ଅବଶିଷ୍ଟ |
କଟାଇବେ କିପରି ଏବେ ସମସ୍ତେ ରୁଷ୍ଟ
ଯେଉଁମାନେ ରକ୍ତ ର ଦେଉଛନ୍ତି କଷ୍ଟ |
ଖାଲି ମାଡ, ଗାଳି, ଅପମାନ ନୁହେଁ କଷ୍ଟ
ସେମାନେ ଧରା ନ ଦେବା ମାନସିକ କଷ୍ଟ |
ବରିଷ୍ଠଂକ ପ୍ରକୃତି ଦତ୍ତ ଶାରିରୀକ କଷ୍ଟ
ତାପରେ ଯଦି ଅନ୍ୟମାନେ ହେବେ ରୁଷ୍ଟ |
ତା ହେଲେ ଭଲ ଆଉ ହେବାନି ବରିଷ୍ଠ
ବରିଷ୍ଠ ହେବା ଆଗରୁ ପ୍ରାଣ କରିବା ନଷ୍ଟ |
ବରିଷ୍ଠ କଣ ଦେଇ ଦେବେ ଜୀବନ ?
ନାହିଁ ଆଉ ଅନ୍ୟ କିଛି ସମାଧାନ ? |
ସରକାର କେବେ କିଛି ଦେଇଛନ୍ତି ଧ୍ୟାନ ?
ବରିଷ୍ଠ ନାଗରିକ ସେଲ୍ କରି ସ୍ପନ୍ଦନ ହୀନ |
କଟି ଯାଉଛି ଦିନ ପରେ ଦିନ ନିର୍ବିଘ୍ନ
କେବେ ହେବ ଏ ସମସ୍ୟା ର ସମାଧାନ ?
ଗଳ୍ପରେ, କବିତାରେ, ଟିଭି ପରଦାରେ
ଚାଲିଥିବ ବାର୍ତ୍ତା ବିନା କିଛି ଉପଚାରେ ||